ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ଆର୍ଥିକ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ତାଲିମ ବ୍ୟବସ୍ଥା

MAP-5ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଓପେପା ଓ ଏସ୍ସିଇଆର୍ଟି ଆନୁକୂଲ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଉଥିଲାା ମାତ୍ର ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦିଗ୍ଦର୍ଶନ କ୍ରମେ ଓଡ଼ିଶା ଶିକ୍ଷା ସେବାରେ ନିଯୁକ୍ତ ଅଧିକାରୀମାନଙ୍କ ଆର୍ଥିକ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଏକ ତାଲିମ ନୀତି ପ୍ରଣୟନ କରାଯାଇଛିା

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛିା ଏଥିରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଦାଶରଥି ଶତପଥୀ, ବିତ୍ତ ଅଧିକାରୀ ଶ୍ରୀ ସଞ୍ଜୟ ପ୍ରମାଣିକ, ସମସ୍ତ ନିେ”ର୍ଶକମାନଙ୍କୁ ସଭ୍ୟ ରଖାଯାଇଛିା ଏହାକୁ ସଂଯୋଜନା ତଥା ପରିଚାଳନା
କରିବା ପାଇଁ ରାଜ୍ୟ ଶିକ୍ଷା ପରିଚାଳନା ଓ ତାଲିମ କେନ୍ଦ୍ର (ଏସ୍ଆଇଇଏମ୍ଏଟି) ନାମକ ଏକ ସଂସ୍ଥା ଗଠନ କରାଯାଇଛିା ଏହାର ନିେ”ର୍ଶକ ଭାବେ ଟିଇ ଏବଂ ଏସ୍ସିଇଆର୍ଟିର ନିେ”ର୍ଶକ ଏକ୍ସ ଅଫିସିଓ ନିେ”ର୍ଶକ ଭାବେ କାର୍ଯ୍ୟ ତୁଲାଇବୋ ସେ ବିଭିନ୍ନ ତାଲିମ ସଂସ୍ଥା ସହ ଯୋଗାଯୋଗ କରି ତାଲିମ କାର୍ଯ୍ୟକ୍ରମକୁ ଆଗେଇ ନେବୋ ସେଗୁଡିକ ହେଲା ଗୋପବନ୍ଧୁ ପ୍ରଶାସନିକ ତାଲିମ ଏକାଡେମୀ, ମଧୁସୂଦନ ଦାସ ଆର୍ଥିକ ପରିଚାଳନା ଏକାଡେମୀ, ଏନ୍ୟୁଇପିଏ ନୂଆଦିଲ୍ଲୀ, ଏନ୍ଆଇଏଫ୍ଏମ୍ ଫରିଦାବାଦ୍, ଏକ୍ସଆଇଏମ୍ବି ଭୁବନେଶ୍ୱର ଇତ୍ୟାଦିା ଯେଉଁମାନେ ଏହି ତାଲିମ ନ ପାଇବେ ସେମାନେ ପଦୋନ୍ନତିରୁ ବଞ୍ଚିତ ହେବୋ ଏଥିପାଇଁ ବିଭାଗରେ ୫ କୋଟି ଟଙ୍କାର ଏକ ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ବିତ୍ତ ଅଧିକାରୀ ଶ୍ରୀ ପ୍ରମାଣିକ ସୂଚନା ଦେଇଛନ୍ତିା ଏହି ଯୋଜନା ବିଦ୍ୟାଳୟ ଓ ଗଣଶିକ୍ଷା
ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ ଲାଭ କରିଛି ବୋଲି ବିଭାଗୀୟ ସୂଚନା ଅଧିକାରୀ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରକାଶ କରିଛନ୍ତିା

Share in top social networks!
Powered By Indic IME