ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି: ବାତ୍ୟା ସମୟରେ ୨୦୦ ରୁ ଉଦ୍ଧ୍ୱର୍ ନିରାପଦ ପ୍ରସବ

10678752_10152766555652170_4064713165422999063_nବାତ୍ୟା ପ୍ରଭାବିତ ୮ ଗୋଟି ଜିଲ୍ଲା,କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ରାୟଗଡା,କଳାହାଣ୍ଡି,ଗଞ୍ଜମ,ଗଜପତି ଓ କନ୍ଧମାଳ ଜିଲ୍ଲାରେସ୍ୱାସ୍ଥ୍ୟ ବିଭାଗର ଉଚିତ ପଦକ୍ଷେପ ଯୋଗୁ ଗର୍ଭବତୀ ମହିଳାମାନେ ଠିକଣା ଭାବେ ସ୍ୱାସ୍ଥ୍ୟସେବା ପାଇ ପାରିଛନ୍ତି । ଆସନ୍ନ ପ୍ରସବା ମହିଳା ମାନଙ୍କ ପାଇଁ ଏହି ସବୁ ଜିଲ୍ଲା ଗୁଡିକରେ ଆଶାଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସଜାଗ ରଖା ଯିବା ସହିତ ଡାକ୍ତରଖାନାର ପ୍ରସବ ଗୃହ,ଅସ୍ତ୍ରୋପଚାର ଗୃହ , ସ୍ୱତନ୍ତ୍ର ନବଜାତକ ଯତ୍ନ ୟୁନିଟ(ଏସ୍.ଏନ୍.ସି.ୟୁ) ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଫଳରେ ବାତ୍ୟା ଏବଂ ପ୍ରବଳ ବର୍ଷା ହେଉଥିବା ବେଳେ ୧୧ ତାରିଖ ଏବଂ ୧୨ ତାରିଖ ଦିନ ଏହି ୮ଟି ଜିଲ୍ଲାରେ ୨୦୦ ରୁ ଉଦ୍ଧ୍ୱର୍ ମହିଳା ସୁରୁଖୁରୁରେ ଡାକ୍ତରଖାନା ମାନଙ୍କରେ ପିଲା ଜନ୍ମ କରିଛନ୍ତି । ଆହୁରି ଅନେକ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ଭର୍ି କରାଯାଇ ପାରିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେକି ସାମୁଦ୍ରିକ ଝଡ ହୁଡ୍ ହୁଡ୍ ୧୨ ତାରିଖ ମଧ୍ୟାନରେ ଓଡିଶାର ୮ଟି ଜିଲ୍ଲାରେ ପହିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଥିବା ଦୃଷ୍ଟିରୁ ସ୍ୱାସ୍ଥ୍ୟସେବା ବଜାୟ ରଖିବା ପାଇଁ ବିଭାଗ ତରଫରୁ ତପôରତା ପ୍ରକାଶ କରାଯାଇ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲା ମାନଙ୍କୁ କଡା ନିଦେ୍ର୍ଧଶ ଦିଆଯାଇଥିଲା । ବିଶେଷ କରି ଆସନ୍ନ ପ୍ରସବାଙ୍କୁ ପ୍ରସବ ସୁବିଧା ଉପଲବ୍ଧ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆଣି ରଖି ସେମାନଙ୍କ ଯତ୍ନ ନେବାକୁ କୁହାଯାଇଥିଲା । ଆହୁରି ମଧ୍ୟ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସ ସମେତ ୧୦୨,୧୦୮ ଆମ୍ବୁଲାନ୍ସ ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଥିଲା । ସରକାରଙ୍କ ଏହି ନିଦେ୍ର୍ଧଶ ଅନୁଯାୟୀ ବାତ୍ୟା ସମୟରେ ପ୍ରାୟ ୩୯୭ ଜଣ ଆସନ୍ନ ପ୍ରସବାଙ୍କୁ ନିରାପଦରେ ଡାକ୍ତରଖାନାକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାରେ ୧୦୨ ଜଣ , ମାଲକାନଗିରିରେ ୪୯ ଜଣ , ନବରଙ୍ଗପୁରରେ ୩୧ ଜଣ , ରାୟଗଡାରେ ୬୬ ଜଣ , କଳାହାଣ୍ଡିରେ ୨୫ ଜଣ , ଗଞ୍ଜାମରେ ୨୨ ଜଣ , ଗଜପତିରେ ୩୭ ଜଣ ଏବଂ କନ୍ଧମାଳରେ ୫୮ ଜଣ ଆସନ୍ନ ପ୍ରସବାଙ୍କୁ ପ୍ରସବ ସୁବିଧା ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆଣି ରଖା ଯାଇଥିଲା । ପୂର୍ବରୁ ମଧ୍ୟ ଗର୍ଭବତୀ ମହିଳାମାନେ ଆସି ଡାକ୍ତରଖାନାରେ ଭର୍ି ହୋଇଥିଲେ ।

ପ୍ରବଳ ଝଡ ବର୍ଷା ଲାଗି ରହିଥିବା ବେଳେ ଡାକ୍ତରଖାନାରେ ୨୦୦ ରୁ ଉଦ୍ଧ୍ୱର୍ ମହିଳା ସୁରୁଖୁରୁରେ ପିଲା ଜନ୍ମ କରିଥିଲେ । ୧୨ ତାରିଖ ଦିନ କୋରାପୁଟରେ ୪୪ ଜଣ , ମାଲକାନଗିରିରେ ୧୫ ଜଣ , ନବରଙ୍ଗପୁରରେ ୫୨ ଜଣ , ରାୟଗଡାରେ ୭ ଜଣ , ଗଞ୍ଜାମରେ ୩୫ ଜଣ , କଳାହାଣ୍ଡିରେ ୩୮ ଜଣ , ଗଜପତିରେ ୨୯ ଜଣ ଏବଂ କନ୍ଧମାଳରେ ୨୫ ଜଣଙ୍କର ନିରାପଦ ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି । ତେବେ ଗଜପତିରେ ୨୯ ଜଣଙ୍କ ମଧ୍ୟରୁ ୧୯ ଜଣଙ୍କର ସିଜରିଆନ ହୋଇ ସନ୍ତାନ ଜନ୍ମ ହୋଇଥିବା ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାଶ ଚନ୍ଦ୍ର ଦାଶଙ୍କ ଠାରୁ ପ୍ରକାଶ ।

ବର୍ମାନ ଝଡ ବର୍ଷାର ପରବର୍ି ସମୟରେ ଯେପରି କୌଣସି ପ୍ରକାର ମହାମାରି ଦେଖା ନଦିଏ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ସତର୍କ କରାଯାଇଛି । ସବୁ ସ୍ଥାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ , ହାଲୋଜେନ ବଟିକା ଏବଂ ଓ.ଆର୍.ଏସ୍ ମହଜୁଦ ରହିଛି । ଆଶାଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଜାଗ ରଖା ଯାଇଛି । ଜିଲ୍ଲା ମାନଙ୍କର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ତଦାରକ ପାଇଁ ନୋଡାଲ ଅଫିସର ମାନଙ୍କୁ ଜିଲ୍ଲାମାନଙ୍କୁ ପଠାଯାଇଛି । ସମ୍ମନ୍ୱିତ ରୋଗ ସର୍ବେକ୍ଷଣ ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ସ୍ଥାନରେ ରୋଗ ଆଦି ଦେଖା ଦେଲେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଦେ୍ର୍ଧଶ ଦିଆ ଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।

Share in top social networks!