ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଓଡିଶା ପୁରସ୍କୃତ

awardକେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ନୂଆଦିଲ୍ଲୀ ଅନୁକୂଲ୍ୟରେ ଅକେଫାବର ୬ରୁ ୮ ତାରିଖ ପ୍ରଗତି ମୈଦାନଠାରେ ଚତୁର୍ଥ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସର୍ବପ୍ରଥମ ଥର ପାଇଁ ୫ଟି ପୁରସ୍କାର ପାଇ ଗୌରବାନ୍ୱିତ ହୋଇଛନ୍ତିା ପୂର୍ବାଞ୍ଚଳ ସ୍ତରରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶାଶ୍ୱତୀ ରଥା ତାଙ୍କ ପ୍ରକଳ୍ପର ନାମକରଣ ଥିଲା “ଇକୋ-ଫ୍ରେଣ୍ଡଲି ପଲୁ୍ୟସନ୍ କଣ୍ଟ୍ରୋଲ’ା ସେ ୨୦ ହଜାର ଟଙ୍କାର ଅର୍ଥ ପୁରସ୍କାର ଓ ମୁମେଣ୍ଟୋ ପାଇଛନ୍ତିା

ସେହିପରି ଭାବେ ଦ୍ୱତୀୟସ୍ଥାନ ଅଧିକାର କରିଛନ୍ତି ପୁରୀ କେପିପି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦେବାଶୀଷ ଶିବମଙ୍ଗଲା ସେ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ଓ ମୁମେଣ୍ଟୋ ପାଇଛନ୍ତିା ସେହିପରି ରାଜ୍ୟସ୍ତରୀୟ ପୁରସ୍କାରରେ ଓଡ଼ିଶା ତିନୋଟି ପୁରସ୍କାର ପାଇବାର ଯୋଗ୍ୟତା ହାସଲ କରିଛିା ଚନ୍ଦ୍ରଶେଖରପୁର ଉଚ୍ଚବିଦ୍ୟାଳୟ, ଭୁବନେଶ୍ୱରର ନବମ ଶ୍ରେଣୀ ଛାତ୍ର ହୃଷିକେଶ ପାତ୍ର ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପାଇଛନ୍ତିା ତାଙ୍କର ପ୍ରକଳ୍ପ ଥିଲା “ଅ ଐଞ୍ଚଞ୍ଚଛ Trଚ୍ଚnଟଞ୍ଛଞ୍ଚrଟ୍ଟ ଗyଟଟ୍ଟem wiଟ୍ଟh ଗmଚ୍ଚrଟ୍ଟ ଅmଚ୍ଛଫଝଚ୍ଚnce’ା ଦ୍ୱିତୀୟ ପୁରସ୍କାରର ଯୁଗ୍ମ ବିଜେତା ହେଲେ ରାୟରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର ସୁଦୀପ୍ତି ମଣ୍ଡଲ, ତାଙ୍କର ପ୍ରକଳ୍ପ ଥିଲା “ଊnerଜ୍ଜy Reଟଞ୍ଚଫrce ଚ୍ଚnଛ cଞ୍ଚnଟerଠଚ୍ଚଟ୍ଟiଞ୍ଚn’ ଏବଂ ନବରଙ୍ଗପୁର ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅଙ୍କୁର ମଜୁମ୍ଦାରା ତାଙ୍କର ପ୍ରକଳ୍ପ ଥିଲା “ଘeଟଟ୍ଟ mଚ୍ଚnଚ୍ଚଜ୍ଜemenଟ୍ଟ in Trଚ୍ଚin ‘ା ଉଭୟ ୫ ହଜାର ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପାଇଥିଲୋ ଗତ ୧୨ ତାରିଖରେ ସେମାନେ ଓଡ଼ିଶା ଫେରି ଆସିଛନ୍ତି ବୋଲି ବିଭଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଠାରୁ ପ୍ରକାଶା

Share in top social networks!