ସୁନ୍ଦରଗଡ଼ ଜିଲ୍ଲା ବଣାଇ ଦୂରଦର୍ଶନ କେନ୍ଦ୍ରକୁ ୫୦୦ ୱାଟ କ୍ଷମତା ସଂପନ୍ନ ଏବଂ ଏଫ.ଏମ. ରେଡ଼ିଓସ୍ଥାପନ ପାଇଁକେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀଙ୍କ ପ୍ରତିଶୃତି

10703885_743602362352409_6897368511408699270_nସୁନ୍ଦରଗଡ଼ ଜିଲ୍ଲା ବଣାଇ ଠାରେ ଥିବା ଟେଲିଭିଜନ ପାୱାରଷ୍ଟେସନରକ୍ଷମତା ୧୦୦ ୱାଟରୁ ୫୦୦ ୱାଟ୍କୁବୃଦ୍ଧିଏବଂ ଦୂରଦର୍ଶନ ଷ୍ଟେସନରେ ଏଫ.ଏମ. ରେଡ଼ିଓସ୍ଥାପନା ନିମନ୍ତେ କେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀଶ୍ରୀ ପ୍ରକାଶଜାଭେଦ୍କର ଏକ ପତ୍ରମାଧ୍ୟମରେକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଙ୍କୁଏକ ଲିଖିତ ପ୍ରତିଶୃତି ଦେଇଛନ୍ତି ।

ଏଠାରେସୂଚନାଯୋଗ୍ୟ ଯେ, ବଣାଇ ଦୂରଦର୍ଶନ କର୍ମଚାରୀଏବଂସ୍ଥାନୀୟବହୁମାନ୍ୟଗଣ୍ୟବ୍ୟକ୍ତିବଣାଇଠାରେ ଏକ ଉଚ୍ଚ କ୍ଷମତାସଂପନ୍ନ ପାୱାରଷ୍ଟେସନ ଏବଂ ଏଫ.ଏମ. ସ୍ଥାପନା ଲାଗିକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀ ତଥା ସ୍ଥାନୀୟସାଂସଦ ଶ୍ରୀଜୁଏଲଓରାମଙ୍କୁ ଦାବୀ ପତ୍ର ଦେବାସହବ୍ୟକ୍ତିଗତଭେଟି ଆଲୋଚନାକରିଥିଲେ । ଏହି ଦୂରଦର୍ଶନ କେନ୍ଦ୍ରରେ ୧୦୦ ୱାଟକ୍ଷମତାସଂପନ୍ନ ପାୱାରଷ୍ଟେସନ ଦୀର୍ଘ ୧୫ ବର୍ଷହେଲାକାମକରୁଅଛି, ଯାହାକିବଣାଇଭଳିବଣଜଙ୍ଗଲ ଓ ଆଦିବାସୀ ଅଧୁ୍ୟଷିତ ଅଂଚଳ ପାଇଁ ପର୍ଯ୍ୟାପ୍ତ ନୁହେଁ ।

ଏହି ଦୂରଦର୍ଶନ ସେବାବଣାଇରସବୁଠାରେ ମଧ୍ୟ ଉପଲବ୍ଧ ହୋଇପାରୁନାହିଁ । ତେଣୁଏହାର ଆବଶ୍ୟକତାକୁ ଅନୁଭବକରିକେନ୍ଦ୍ରମନ୍ତ୍ରୀଶ୍ରୀଓରାମତୁରନ୍ତ ୫୦୦ ୱାଟ୍କ୍ଷମତାସଂପନ୍ନ ଷ୍ଟେସନ ଓ ଏଫ.ଏମ. ରେଡ଼ିଓସ୍ଥାପନା ଲାଗିକେନ୍ଦ୍ରମନ୍ତ୍ରୀଶ୍ରୀଜାଭେଦକରଙ୍କୁ ଏକ ଲିଖିତ ପତ୍ରମାଧ୍ୟମରେ ଅନୁରୋଧ କରିଥିଲେ । ଶ୍ରୀଓରାମଙ୍କ ପତ୍ରକୁଗମ୍ଭୀରତାସହନେଇଖୁବ୍ଶୀଘ୍ରବଣାଇଠାରେ ୫୦୦ ୱାଟ୍କ୍ଷମତାସଂପନ୍ନ ଦୂରଦର୍ଶନଷ୍ଟେସନ ଓ ଏଫ.ଏମ. ରେଡ଼ିଓସ୍ଥାପନା ଲାଗିକେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀଶ୍ରୀ ପ୍ରକାଶଜାଭେଦକରଏକ ଲିଖିତ ପ୍ରତିଶୃତି ଦେଇଛନ୍ତି ।

Share in top social networks!