କରମା ପୂଜନ ମହୋତ୍ସବରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

jualbhaiଆଧୁନିକତାକୁ ଅନୁସରଣ କରି ଜନଜାତି ମାନେ ମୂଳ ଭାଷା, ସଂସ୍କୃତି ଓ ପରମ୍ପରାକୁ ଭୁଲିନଯିବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଜି ଛତିଶଗଡ଼ ଓ ଓଡ଼ିଶା ହେମଗିରି କ୍ଷେତ୍ରର ଓରାମ ସମାଜ ଦ୍ୱାରା ଆୟୋଜିତ ଛତିଶଗଡର ରାୟଗଡ଼ ଜିଲ୍ଲା ତମ୍ନାର ଠାରେ ଆୟୋଜିତ କରମା ପୂଜନ ମହୋତ୍ସବରେ ଯୋଗଦେଇ ଉପସ୍ଥିତ ସାଧାରଣ ଜନତାଙ୍କୁ ପରାମର୍ଶ ଦେଇଛନ୍ତି । ୧୮ଗଡ଼ ଓଡ଼ିଶା ହେମଗିରି କ୍ଷେତ୍ର ଓରାମ ସମାଜର ଅଧ୍ୟକ୍ଷ ଶ୍ରୀ ରବି ଭଗତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଲେ ଯେ, ଜନଜାତିମାନଙ୍କର ସଂସ୍କୃତି ଓ ପରମ୍ପରା ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚରେ ଓ ସ୍ୱତନ୍ତ୍ର । ଜନଜାତିମାନେ ସମାଜରେ ମୁଖ୍ୟସ୍ରୋତରେ ସାମିଲ୍ ହେବା ଉଚିତ୍ କିନ୍ତୁ ନିଜର ମୂଳ ସଂସ୍କୃତି, ପରମ୍ପରା, ଭାଷାକୁ ନଭୁଲି ତାକୁ ବଂଚାଇବାକୁ ପଡ଼ିବ । ସେଥିପାଇଁ ଜନଜାତି ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍କୃଲ, ଗବେଷଣାଗାର, ଡ଼କୁ୍ୟମେଂଟାରୀ ଫିଲ୍ମ ଆଦି ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଯାହାଯାହା ଆବଶ୍ୟକ ତାହା ନିଶ୍ଚିତ ଭାବରେ ସହଯୋଗ କରାଯିବ । ଇଂରାଜୀରେ ଭାଷାଗତ ତ୍ରୃଟି କାରଣରୁ ବହୁ ଜନଜାତି ସେମାନଙ୍କର ପ୍ରାପ୍ୟରୁ ବଂଚିତ ଅଛନ୍ତି,ଅତିଶୀଘ୍ର ସେଗୁଡ଼ିକୁ ପୁର୍ନବିଚାର କରାଯାଇ ସେମାନଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ଓରାମ ପ୍ରତିଶୃତି ଦେଇଥିଲେ । କେନ୍ଦ୍ରରେ ନରେନ୍ଦ୍ର ଭାଇ ମୋଦିଙ୍କ ନେତୃତରେ ଗଠିତ ଏନ.ଡ଼ି.ଏ ସରକାର ଜନଜାତିମାନଙ୍କ ପାଇଁ ଚଳିତ ବଜେଟ୍ରେ ୫୪ ହଜାର କୋଟିରୁ ଅଧିକବୟବରାଦ କରି ଜନଜାତିମାନଙ୍କ ପ୍ରତି ତାଙ୍କ ଗଭୀର ଆନ୍ତିରକତା ପ୍ରକାଶ କରିଛନ୍ତି । ସେଥିପାଇଁ ଜନଜାତିମାନଙ୍କର ସାମଗି୍ରକ ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ଓରାମ ପ୍ରକାଶ କରିଥିଲେ । ଏହି ପୂଜନ ମହୋତ୍ସବରେ ଉଦ୍ବୋଧନ ଦେଇ କେନ୍ଦ୍ର ଇସ୍ପାତ, ଖଣି, ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ କହିଲେ ଯେ, ଜନଜାତିମାନଙ୍କର ସାମଗ୍ରିକ ପ୍ରଗତି ପାଇଁ କେନ୍ଦ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମାନନୀୟ ଅଟଳ ବିହାରୀ ବାଜପେୟୀ ପ୍ରଥମଥର ପାଇଁ ଆଦିବାସୀ ବ୍ୟାପର ମନ୍ତ୍ରଣାଳୟ ଖୋଲିଥିଲେ ଏବଂ ସେଥିରେ ମୋର ବଡ଼ଭାଇ ଜୁଏଲ ଓରାମଙ୍କୁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ତାଙ୍କର କାର୍ଯ୍ୟଦକ୍ଷତା ଓ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ଏଥର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଭାଇ ମୋଦି ମଧ୍ୟ ସେହି ଦାୟିତ୍ୱ ଦେଇଛନ୍ତି ।
ପ୍ରାରମ୍ଭରେ ଓରାମ ସମାଜର ହଜାର ହଜାର ଜନଜାତିମାନେ ସେମାନଙ୍କର ପାରମ୍ପରିକ ନୃତ୍ୟଗୀତ ଓ ବାଜାବଜାଇ ମନ୍ତ୍ରୀ ଶ୍ରୀ ଓରାମ ଓ ବିଷ୍ଣୁଦେବ ସାଏଙ୍କୁ ମଂଚସ୍ଥଳକୁ ପାଛୋଟି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋଲୁଙ୍ଗା ବିଧାୟିକା ଶ୍ରୀମତୀ ସୁନୀତି ସତ୍ୟାନନ୍ଦ ରାଠିଆ,ପୂର୍ବତନ ବିଧାୟକ ତଥା ଯଶପୁର ନଗର ପ୍ରାନ୍ତ ଜାଗରଣ କଲ୍ୟାଣ ଆଶ୍ରମ ପ୍ରମୁଖ ଶ୍ରୀ ଯୋଗେଶ୍ୱର ରାମ ଭଗତ, ଓରାମ ତୀର୍ଥଦର୍ଶନ ଯାତ୍ରା କଲ୍ୟାଣ ଆଶ୍ରମ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ମହରଂଗ ଓରାମ, ଛତିଶଗଡ଼ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଗଣେଷରାମ ଭଗତ. ଯଶପୁର ବିଧାୟକ ରାଜଶରଣ ଭଗତ ଏବଂ ଛତିଶଗଡ଼ ଓ ଓଡ଼ିଶା ହେମଗିରି କ୍ଷେତ୍ରର ଉପସଭାପତି ଶ୍ରୀ ପନତରାମ ଭଗତ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ଉଦ୍ବୋଧନ ଦେଇଥିଲେ । ଏହି କରମା ପୂଜନ ମହୋତ୍ସବରେ ଓରାମ ସମାଜର ଛତିଶଗଡ଼ ଓ ଓଡ଼ିଶା ହେମଗିରି କ୍ଷେତ୍ରରୁ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ମହିଳା ଏବଂ ପୁରୁଷ ଯୋଗଦେଇଥିଲେ ।

Share in top social networks!