ତାଳଚେର-ବିମଳାଗଡ଼ ଓ ବାରକୋଟ-ଝାରସୁଗୁଡ଼ା ରେଲୱେ ଲାଇନ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶୃତି

226614_569717943074186_1416129610_nତାଳଚେର-ବିମଳାଗଡ଼ ଏବଂ ବାରକୋଟ-ଝାରୁସୁଗୁଡ଼ା ରେଲୱେ ଲାଇନ୍ର କାର୍ଯ୍ୟ ଖୁବଶୀଘ୍ର ସଂପୂର୍ଣ୍ଣ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଡ଼ି.ବି. ସଦାନନ୍ଦ ଗୌଡ଼ ଏକ ଲିଖିତ ପ୍ରତିଶୃତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ୟୀ ଜୁଏଲ ଓରାମଙ୍କୁ ଦେଇଛନ୍ତି । ଏହାରେ ଉଲ୍ଲେଖଯୋଗ୍ୟ ଯେ, ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣର ଦାବୀ ବିଗତ ୫୦ ବର୍ଷ ଧରି ହୋଇଆସୁଛି ।

ଏଥିପାଇଁ ଦେଓଗଡ଼ ବିଧାୟକ ଶ୍ରୀ ନୀତେଶ ଗଙ୍ଗଦେବ, ଭାରତୀୟ ଜନତା ପାର୍ଟିର ଅନେକକାର୍ଯ୍ୟକର୍ତା ତଥା ସୁନ୍ଦରଗଡ଼ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ତାଳଚେର-ବିମଳାଗଡ଼ ଏବଂ ବାରକୋଟ-ଝାରୁସୁଗୁଡ଼ା ରେଲୱେ ଲାଇନ୍ର ଶୀଘ୍ର ସଂପୂର୍ଣ୍ଣ ହେବା ସମ୍ବନ୍ଧରେ କେନ୍ଦ୍ରଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁପତ୍ର ମାଧ୍ୟମରେ ଲେଖି ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ଓରାମ ଏହାକୁ ଗୁରୁତର ସହ ବିଚାର କରି ବହୁ ପ୍ରତିକ୍ଷିତ ଏହି ରେଲୱେ ଲାଇନ୍ର କାର୍ଯ୍ୟକୁ ଖୁବ୍ଶୀଘ୍ର ସଂପୂର୍ଣ୍ଣ କରିବା ନେଇ ଭାରତ ସରକାରଙ୍କ ରେଳ ମନ୍ତ୍ରୀ ଶ୍ରୀ ଡ଼ି.ବି. ସଦାନନ୍ଦ ଗୌଡ଼ଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ଏହି ରେଳପଥ ନିର୍ମାଣ ଯାତ୍ରୀମାନଙ୍କର ଯାତାୟତ ଏବଂ ବ୍ୟବସାୟିକସୁବିଧା ଦୃଷ୍ଟିରୁ ରେଳବିଭାଗକୁ ନିଶ୍ଚିତ ଲାଭ ଦେବ ତଥା ଯାତ୍ରୀମାନଙ୍କର ମଧ୍ୟ ସୁବିଧା ହେବ ।

ଏଣୁ ଏହାକୁ ପ୍ରାଥମିକତା ଭିତିରେ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଓରାମ ପତ୍ରରେ ଦାବିକରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୌଡ଼ା ଏହି ପତ୍ରକୁ ଗୁରୁତର ସହ ନେଇ ଏହି କାର୍ଯ୍ୟକୁ ଖୁବ୍ଶୀଘ୍ର ପ୍ରାଥମିକତା ଭିତିରେ ସଂପୂର୍ଣ୍ଣ କରାଯିବ ବୋଲି ଶ୍ରୀ ଓରାମଙ୍କୁ ଲିଖିତ ପ୍ରତିଶୃତି ଦେଇଛନ୍ତି ।

Share in top social networks!