ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନରେ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଊତ୍ସବର ଷଷ୍ଠ ଦିବସ

ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଊତ୍ସବର ଆଜି ଥିଲା ଷଷ୍ଠ ଦିବସ | କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଚିନ୍ମୟୀ କ୍ଲାସିକ୍ସ ଗ୍ରୁପ ର କଳାକାର ମାନଙ୍କ ଦ୍ଵାରା ପୁଷ୍ପାଞ୍ଜଳି | ଗୁରୁ ସୁକାନ୍ତ କୁଣ୍ଡୁ ଙ୍କର ସଙ୍ଗୀତ ସଂଯୋଜନା, ଗୁରୁ ସଚିଦାନନ୍ଦ ଦାସଙ୍କ ତାଳ ସଂଯୋଜନା ଓ ବିଜୟ ଦାସ ଙ୍କ ନୃତ୍ୟ ସଂଯୋଜନାରେ ଶିଳ୍ପୀମାନେ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ |

DSC_0178ପରେ ଋଷିଆର ନୃତ୍ୟଶିଳ୍ପୀ ତାଇସିଆ ସ୍କୁପୁଲ୍ନିକଭା ଅଭିନୟରେ ଦୂର୍ଗାସ୍ତୁତି ପରିବେଷଣ କରିଥିଲେ | ପରବର୍ତ୍ତୀ ଶିଳ୍ପୀ ଥିଲେ ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ମିଥିଳେଶ ପଟ୍ଟନାୟକ | ସେ ଅଭିନୟରେ ଦଶାବତାର ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ଦ୍ଵୈତ ନୃତ୍ୟ ପର୍ଯ୍ୟାୟ ଦିଲ୍ଲୀର ସୁପ୍ରିୟା ନାୟକ ଏବଂ ମଧ୍ୟମା ସେଇଗଲ ବାଗେଶ୍ରୀ ପଲ୍ଲବୀରୁ ତାଙ୍କର ଅଭିନୟ ଆରମ୍ଭ କରି ରବୀନ୍ଦ୍ରନାଥ ଟେଗୋର ଙ୍କ ଦ୍ଵାରା ରଚିତ ବଂଶୀ କବିତା ଉପରେ ଅଭିନୟରେ ଜୀବନରେ ପ୍ରାଣର ସ୍ପନ୍ଦନ ର ଏକ ତୁଳନାତ୍ମକ ଚିତ୍ର ପ୍ରଦର୍ଶନ କରିଥିଲେ | ମୁମ୍ବାଇର ମିତାଲୀ ଡିସୋଜା ଅଭିନୟରେ ନାଚନ୍ତି ରଙ୍ଗେ ଶ୍ରୀହରି ରେ କୃଷ୍ଣଙ୍କ ଲୀଳା ମାଧୁରୀକୁ ସୁନ୍ଦର ଭାବେ ପରିବେଷଣ କରିଥିଲେ | ଦ୍ଵୈତ ନୃତ୍ୟ ରେ ଭୋପାଳର ବିନ୍ଦୁ ଜୁନେଜା ତାଙ୍କର ଶିଷ୍ୟା କଲ୍ୟାଣୀ ଫାଗ୍ରେ ସହିତ ଅଭିନୟରେ ଜଗନ୍ନାଥଙ୍କର ମହିମା ବର୍ଣ୍ଣନା କରିଥିଲେ | ଅପରାହ୍ନ ର ଶେଷ କାର୍ଯ୍ୟକ୍ରମ ଥିଲା ଦିଲ୍ଲୀ ରୁ ଆସିଥିବା ଲିପସ୍ସା ଦାସଙ୍କର ଅଭିନୟ ଧ୍ୟାୟେ ସୁବର୍ଣ୍ଣା ବର୍ଣ୍ଣା ଏଥିରେ ସେ ଦୂର୍ଗାଙ୍କର ରୂପ ଓ ଗୌରବକୁ ଚମତ୍କାର ଭାବେ ପରିବେଷଣ କରିଥିଲେ |

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଶିଷ୍ଟ ନୃତ୍ୟାଙ୍ଗନା ଏବଂ ନୃତ୍ୟ ବିଶାରଦା ଡକ୍ଟର ମିନତୀ ମିଶ୍ରଙ୍କ ଅଷ୍ଟପଦୀ ଗୀତଗୋବିନ୍ଦରୁ ମାମିୟଂ ଚଳିତ ବିଲୋକ୍ୟ ଅଭିନୟ ଅତି ଭାବପୂର୍ଣ ହୋଇଥିଲା | ଗୁରୁ ରମହରି ଦାସଙ୍କ ସଙ୍ଗୀତ ସଂଯୋଜନା ଏବଂ ଗୁରୁ ବନମାଳୀ ମହାରଣାଙ୍କ ବାଦ୍ୟ ସଂଯୋଜନାରେ ଡକ୍ଟର ମିନତୀ ମିଶ୍ରଙ୍କ ନୃତ୍ୟ ସଂଯୋଜନା ଦର୍ଶକ ମାନଙ୍କୁ ବିମୁଗ୍ଧ କରିଥିଲା | ଦିଲ୍ଲୀରୁ ଆସିଥିବା ବିଶିଷ୍ଟନୃତ୍ୟଶିଳ୍ପୀ ରଞ୍ଜନା ଗୌହର ଙ୍କ ମୀରା ଭଜନରେ ଶ୍ରାବଣ ରେ ପ୍ରକୃତିର ପରିବର୍ତନ ସହିତ ନାୟିକାର ଭାବନାକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଏବଂ ପରେ ଗୀତ ଗୋବିନ୍ଦର ଅଷ୍ଟପଦୀ ରୁ ରତି ସୁଖ ସାରେ ଯମୁନା ତୀରେ ଅଭିନୟ କରି ଶୃଙ୍ଗାର ରସରେ ବିରହ ବେଦନା କୁ ଚମତ୍କାର ଭାବେ ଅବତାରାଣା କରିଥିଲେ | ପରବର୍ତୀ ପରତିଭାବାନ ଶିଳ୍ପୀ ଯୁଧିଷ୍ଟିର ନାୟକ ଅଭିନୟ ପ୍ରତିନାୟକରେ ବିଭିନ୍ନ ଯୁଗର ଚରିତ୍ର ଓ ଉପାଖ୍ୟାନ କୁ ନେଇ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ | ଗୁରୁ ରାମହରି ଦାସଙ୍କ ସଙ୍ଗୀତ ସଂଯୋଜନା , ଗୁରୁ ଧନେଶ୍ବରେ ସ୍ଵାଇଁ ଓ ଗୁରୁ ବିଜୟ ବାରିକ୍ ଙ୍କର ତାଳ ସଂଯୋଜନା ଓ ଗୁରୁ ଅରୁଣା ମହାନ୍ତି ଙ୍କର ନୃତ୍ୟ ସଂଯୋଜନା ଅଭିନୟ କୁ ଆହୁରି ଜୀବନ୍ତ କରିଥିଲା ଯୁଗ୍ମ ନୃତ୍ୟ ଶିଳ୍ପୀ ସୌମ୍ୟା ବୋଷ ଏବଂ ମିନାକ୍ଷୀ ରାଣୀ ପ୍ରଧାନ ଶିବସ୍ତୁତି ପରିବେଶଣ କରିଥିଲେ | କଲିକତା ର ନୃତ୍ୟ ଶିଳ୍ପୀ ନନ୍ଦିନୀ ଘୋଷାଲ ଅଭିନୟରେ କାହିଁକି ବେଦନା ଦେଉଛ ମତେ ମଦନରେ ଶୃଙ୍ଗାର ଜର୍ଜରିତ ନାୟିକାର ଭାବନା କୁ ସୁନ୍ଦର ଭାବେ ଅବତାରଣା କରିଥିଲେ | ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା କବି ବନମାଳୀଙ୍କ ରଚିତ ମୋହୋନେ ଦେଲି ଚାହିଁ ଗୋ କୁ ଅତି ଭାବାବେଗ ସହ ପ୍ରଦର୍ଶନ କରି ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଗିନୁୱା ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ | ସେମାନେ ସା ରେ ଗା ମା ପା ଧା ନି ଶା ଉପରେ ଆଧାରିତ ସଙ୍ଗୀତ ନୃତ୍ୟର ଏକ ଅଭିନବ ପରିବେଷଣ କୁ କିଛି ପୌରାଣିକ ଉପାଖ୍ୟାନ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଯାହାର ନିର୍ଦେଶନା ଦେଇଥିଲେ ଗୁରୁ ସୋମନାଥ ପ୍ରଧାନ | ଶେଷରେ ଗୁରୁ ନବ କିଶୋର ମିଶ୍ରଙ୍କ ନୃତ୍ୟ ସଂରଚନା ଏବଂ ଗୁରୁ ସୁକାନ୍ତ କୁମାର କୁନ୍ଦୁଙ୍କ ସଙ୍ଗୀତ ସଂରଚନା ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ ଯୁଗେ ଯୁଗେ ବର୍ଷାର ବର୍ଣ୍ଣନା, ଯାହା ଦର୍ଶକ ମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା | ଏହି ଆନ୍ତର୍ଜାତୀୟ ନୃତ୍ୟ ଉଶ୍ଚବ କୁ ଷଷ୍ଠ ଦିବସ ଶେଷ ଶୁଦ୍ଧା ୮୦୪୦ ଜଣ ଦେଶୀୟ ଓ ୧୯୪ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ |

Share in top social networks!