ସେବା ଦିବସ ଅବସସରେ ରକ୍ତଦାନ ଶିବିର ଅନୁଷ୍ଠିତ

ubssଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ସେବା ଦିବସ ଅବସରରେ, ଉକ୍ରଳ ବିପନ୍ନ ସହାୟତା ସମିତ(ଟଈଝଝ)ଆନୁକୂଲ୍ୟରେ ସମିତିର ମେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ବୋଲି ସମିତିର ମିଡିଆ ସଂଯୋଜକ ଶ୍ରୀ ଗୋଲଖ ଚନ୍ଦ୍ର ଦାସ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲ୍ର ଅଧୀକ୍ଷମ ଡା. ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଏମ୍.ଡି. ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ଉକ୍ରଳ ବିପନ୍ନ ସହାୟତା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ବେତାଲା ଅଧ୍ୟକ୍ଷତା କରିଥିବା ବେଳେ ଅଖିଳ ଭାରତୀୟ ସଦେଶୀ ଜାଗରଣ ମର ସହ ସଂଯୋଜକ ଶ୍ରୀଯୁକ୍ତ ସରୋକ କୁମାର ମିତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଡା. ଶ୍ରୀଯୁ୍କ୍ତ ବିନୋଦ କୁମାର ମିଶ୍ର ଗୋପବନ୍ଧୁଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋକପାତ କରିବା ସହ ଉକ୍ରଳ ବିପନ୍ନ ସହାୟତା ସମିତି ଉକ୍ରଳମଣିଙ୍କ ଜନ୍ମଦିନକୁ ସେବା ଦିବସ ଭାବରେ ପାଳନ କରୁଥିବାରୁ ସଂଗଠନର ପୁନଃ ପୁନଃ ପ୍ରଶଂସା କରିଥିଲେ । ସଭା ଶେଷରେ ଶିବିରର ମୁଖ୍ୟ ସଂଯୋଜକ ତଥା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀଯୁ୍କ୍ତ କୈଳାସ ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!