ଢ଼େଙ୍କାନାଳ ରାବଣପୋଡ଼ି ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ

ravanpodiଚଳିିତବର୍ଷ ପବିତ୍ର ଦୁର୍ଗାପୂଜା ଅବସରରେ ଆଜି ଢ଼େଙ୍କାନାଳର ପ୍ରୟାସ ଅନୁଷ୍ଠାନ ତରଫରୁ ଆୟୋଜିତ ଦ୍ୱାଦଶ ରାବଣପୋଡ଼ି ମହୋତ୍ସବ ଢ଼େଙ୍କାନାଳର ମିନି ଷ୍ଟାଡ଼ିୟମ ଠାରେ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଲେ ଯେ, ଅଧର୍ମର ବିନାଶ କରବା ପାଇଁ ଆଜିର ଦିନରେ ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁରକୁ ବଧ କରି ଧରାପୃଷ୍ଠରେ ଧର୍ମର ପ୍ରତିଷ୍ଠା କରିଥିଲେ ।

ତେଣୁ ଏହି ବିଜୟ ଦିବସକୁ ମନେରଖିବା ପାଇଁ ଆଜିର ଦିନରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ସହରରେ ମା’ଙ୍କ ପୂଜା ଓ ରାବଣପୋଡ଼ି ଉତ୍ସବ ଧୁମ୍ଧାମରେ ପାଳିତ ହେଉଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇବା ସହ ସମସ୍ତ ଦୁôôଃଖ,କଷ୍ଟ, ଅନ୍ୟାୟ, ଅତ୍ୟାଚାର, ଅନୀତି, ଦୁର୍ନିତୀ ଦୂର ହୋଇ ଏକ ସୁସ୍ଥ, ସ୍ୱଚ୍ଛ, ଦୁର୍ନୀତିମୁକ୍ତ ତଥା ବେରୋଜଗାରୀମୁକ୍ତ ସମାଜ ଗଠନ ପାଇଁ ମା’ଙ୍କ ପାଖରେ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମ ଜାଗରଣର ପ୍ରାନ୍ତ ପ୍ରମୁଖ ଶ୍ରୀ ବିନୟ କୁମାର ଭୁୟାଁ, ରାଷ୍ଟ୍ରପତି ପୁରସ୍କାର ପ୍ର୍ରାନ୍ତ ଶିକ୍ଷକ ଶ୍ରୀ ଶତୃଘନ ଭୂତିଆ, ଏନ.ଟି.ପି.ସି, ଗଜମରାର ଏ.ଜି.ଏମ. ଶ୍ରୀ ଆଶୁତୋଷ ଶତପଥି, ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଶହରା ପୂଜା ଓ ରାବଣପୋଡିÿର ମହାତ୍ମା ଓ ଗାରିମା ବିଷୟରେ ସାରଗର୍ଭକ ଭାଷଣ ରଖିଥିଲେ ।

ପ୍ରାରମ୍ଭରେ ପ୍ରୟାସର ସଂପାଦକ ଶ୍ରୀ ବେଣୁଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ କାର୍ଯ୍ୟକ୍ରମ ସଂଚାଳକ ଶ୍ରୀ ଅବନୀ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଓରାମଙ୍କ ଦ୍ୱାରା ରାବଣ ପୋଡ଼ି କରାଯାଇ ପରେ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ୧୦ ହଜାରରୁ ଉଦ୍ଧ୍ୱର୍ ଜନତା ସମବେତ ହୋଇଥିଲେ ।

Share in top social networks!