ପାରାଦ୍ୱୀପର ବିଭିନ୍ନ ସଂଗଠନର ପ୍ରତିନିଧି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ସହ ସାକ୍ଷାତ

jualbhaiଆଜି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ବନବିହାରୀ କୃଷକ ଏକତା ମଂଚ, ସିଜୁ, ପାରାଦ୍ୱୀପ, ଆଇ.ଓ.ସି.ଏଲ୍. ଏଣ୍ଡ ଦୀପକ ଫର୍ଟିଲାଇଜର ଲ୍ୟାଣ୍ଡଲୁଜର୍ସ କୋପରେଟିଭ ସୋସାଇଟ ରଙ୍ଗିଆଗଡ଼ର ସାଧାରଣ ସଂପାଦକ ଅଜୟ ପ୍ରଧାନ ଏବଂ ଅଜୟ ସ୍ୱାଇଁ, ଶତୃଘ୍ନ ନାୟକ, ଅଜୟ ତରାଇ, ରବୀନ୍ଦ୍ର ଦାସ, ଅଦୈତ ଦାସ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ଭୁବନେଶ୍ୱରସ୍ଥ ବାସବଭବନରେ ଭେଟିଥିଲେ ।

ପାରାଦ୍ୱୀପ ଠାରେ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ସେଠାରେ ବିସ୍ଥାପିତ ହୋଇଥିବା ସ୍ଥାନୀୟ ଜମିହରା ଲୋକମାନଙ୍କର ଥଇଥାନ, ଉପଯୁକ୍ତ କ୍ଷତିପୂରଣ ଏବଂ ନିଯୁକ୍ତି ବାବଦରେ ରାଜ୍ୟ ସରକାରଙ୍କ ଅଣଦେଖାକୁ ଉକ୍ତ ପ୍ରତିନିଧିମାନେ ମନ୍ତ୍ରୀ ଶ୍ରୀ ଓରାମଙ୍କ ଦୃଷ୍ଟିକୁ ଆଣିଥିଲେ ।
ପାରାଦ୍ୱୀପ କଲେଜ ଛାତ୍ରସଂସଦର ନବନିର୍ବାଚିତ ସମ୍ପାଦକ ସୌମରଂଜନ ସେନାପତି ଏବଂ ସାଂସ୍କୃତିକ ସଂପାଦକ ନିରଞ୍ଜନ ନାୟକଙ୍କ ସମେତ କଲେଜର ବହୁ ଛାତ୍ର ମନ୍ତ୍ରୀ ଶ୍ରୀ ଓରାମଙ୍କୁ ଭେଟି କଲେଜର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ ।

ପାରାଦ୍ୱୀପ ପୋର୍ଟରେ ମହିଳା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମହିଳା ଶ୍ରମିକ ସଂଗଠନର ସଭାନେତ୍ରୀ ବିନତୀ ପଢ଼ିଆରୀ, ସଂପାଦିକା ପୁଷ୍ପା ପ୍ରିୟଦର୍ଶିନୀ ବାରିକଙ୍କ ସମେତ ୩୦ ରୁ ଉଦ୍ଧ୍ୱର୍ ମହିଳା ଶ୍ରୀ ଓରାମଙ୍କୁ ଭେଟି ପାରାଦ୍ୱୀପ ମହିଳା ଶ୍ରମିକ ସଂଗଠନର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ସଂଗଠନ ଗୁଡ଼ିକର ପ୍ରତିନିଧିମାନଙ୍କ ବିଭିନ୍ନ ସମସ୍ୟା ଶୁଣିଲାପରେ ଏହି ସମସ୍ୟାଗୁଡ଼ିକ ଉପରେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶୃତି ଦେଇଥିଲେ ।

Share in top social networks!