ମୋଦୀ ସେନା ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ , ଡାକ୍ତରଖାନାରୁ ମଇଳା ସଫା କଲେ ମୋଦି ସୈନିକ

modisenaଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀଙ୍କ ଡାକରାରେ ସାରା ଭାରତରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛି ମୋଦି ସେନା । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦିଲ୍ଲୀର ଏକ ବସ୍ତିରୁ ନିଜ ହାତରେ ଝାଡୁ ଧରି
ସଫେଇ ଅଭିଯାନ କରିଥିବା ବେଳେ ଓଡିଶା ମୋଦି ସେନା କ୍ୟାପିଟାଲ ହସ୍ପିଟାଲ ପରିସରରେ ସଫେଇ ଅଭିଯାନ ଆରମ୍ଭ କରିଥିଲା । ଆୟୋଜିତ ହୋଇଥିବା ଏହି ସଫେଇ ଅଭିଯାନର ନେତୃତ୍ୱ ନେଇଥିଲେ ସେନାର ବରିଷ୍ଠ କର୍ମକ•ର୍ା ସ୍ୱାଧୀନ ଶତପଥୀ ।

ଏହି ଅଭିଯାନରେ ମୋଦୀସେନାର କର୍ମକ•ର୍ାଙ୍କ ସହ ହାତ ମିଳାଇଥିଲେ ସିଟି କ୍ଲବ୍ର କର୍ମକ•ର୍ାମାନେ । ସବୁଠାରୁ ବଡକଥା ହେଲା ମୋଦିସେନାର
କର୍ମକ•ର୍ାମାନେ ଏଭଳି କାର୍ଯ୍ୟ କରୁଥିବା ବେଳେ ଡାକ୍ତରଖାନାକୁ ଆସିଥିବା ବାହାର କିଛିଲୋକ ପ୍ରଶଂସା କରିଥିବା ବେଳେ ଝାଡୁଧରି ସଫେଇ କାମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ସିଟି କ୍ଲବ୍ର କର୍ମକ•ର୍ା ସୁକାନ୍ତ ହାତୀ, ସ୍ୱାଗତ ବିଶ୍ୱାଳ, ଆଶିଷ ଦାସ,
ସୁଧାଂଶୁ ସାହୁ ଓ ସାଗର ସାମନ୍ତରାୟ ପ୍ରମୂଖ ସାମିଲ ହୋଇଥିଲେ । ସଫେଇ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ୧୦୦ ଘ•ାର ସମୟ ଦେବା ପାଇଁ ମୋଦୀଜୀ ଯେଉଁ ଡାକରା ଦେଇଛନ୍ତି ତାହାକୁ ପୁରପଲ୍ଲୀ, ସ୍କୁଲ କଲେଜ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଉଦ୍ୟମ କରାଯିବ ବୋଲି ମୋଦୀ ସେନାର ପ୍ରମୁଖ କର୍ମକର୍ତା
ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।

Share in top social networks!