କୁଇସମାଜ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁରଙ୍କ ସମେତ ବିଭିନ୍ନ ଦଳରୁ ବହୁସଂଖ୍ୟାରେକାର୍ଯ୍ୟକର୍ତାଙ୍କ ବିଜେପିରେ ଯୋଗଦାନ ।

jualbhaiଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ କନ୍ଧମାଳ ଜିଲ୍ଲାର କୁଇ ସମାଜ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ଲମ୍ବୋଦର କହଁରଙ୍କ ସମେତ ବିଭିନ୍ନ ଦଳରୁ ବହୁସଂଖ୍ୟାରେ କାର୍ଯ୍ୟକର୍ତା ଆଜି ଭୁବନଶ୍ୱରସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସଭାପତିତ୍ୱରେ ଏହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ତଥା କନ୍ଧମାଳ ଲୋକସଭା ଉପନିର୍ବାଚନର ନିର୍ବାଚନୀ ପରିଚାଳନା ଅଧ୍ୟକ୍ଷ ଶ୍ରୀ ବିଜୟ ମହାପାତ୍ର, ବରିଷ୍ଠ ବିଜେପି ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିନୋଦ ଦାଶ,ରାଜ୍ୟ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଶ୍ରୀ ସମୀର ମହାନ୍ତି ପ୍ରମୁଖ ନୂତନ ଭାବେ ଯୋଗଦେଇଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ବିଜେପିର ଉତରୀୟ ଓ ଟୋପି ପିନ୍ଧାଇ ସମ୍ବର୍ନ୍ଧିତ କରିଥିଲେ ଏବଂ ଦଳର ପ୍ରାଥମିକ ସଦସ୍ୟ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଥିବା ପ୍ରମୁଖ କାର୍ଯ୍ୟକର୍ତାମାନେ ହେଲେ କନ୍ଧମାଳ ଜିଲ୍ଲାର ମନୁଚରଣ କହଁର, ବୈଷ୍ଣବ ମାଝି, ମନୋଜ କୁମାର ମଲ୍ଲିକ, ଶ୍ରୀବନ୍ତ କହଁର, ମହେଶ୍ୱର ମାଝି, ସୁଧାକର କହଁର, ଭରତ କହଁର, ଦିଲ୍ଲିପ ମଲ୍ଲିକ, ବିଜୟ ମଲ୍ଲିକ, ଏନ୍.ସି.ପିରୁ ପୂର୍ବତନ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ସତ୍ୟ ନାରାୟଣ ବେହେରା, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମେନକା ପ୍ରଧାନ, ପୂର୍ବତନ ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଗୁମାଗୁଡ଼ା ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ମହାନ୍ତି, ପୂର୍ବତନ ଜିଲ୍ଲା କୋଷାଧ୍ୟକ୍ଷ ହୃଷିକେଶ ବେହେରା, ସଂଖ୍ୟାଲଘୁ ସେଲ ସଭାପତି ଦିଗାମ୍ବର ନାଏକ, ଜନଜାତି ସେଲ ଅଧ୍ୟକ୍ଷ କିଶୋର ଚନ୍ଦ୍ର କହଁର, ଟିକାବାଲି ବ୍ଳକ ସଭାପତି କେଶବ ପ୍ରଧାନ, ନୀଳମଣୀ ନାୟକ, ରେବିନା କହଁର, ହେମନ୍ତ ସାହାଣୀ ପ୍ରମୁଖ ଯୋଗ ଦେଇଥିଲେ ।

ସେହିପରି କଂଗ୍ରେସ ଦଳରୁ କନ୍ଧମାଳ ଜିଲ୍ଲାର ବରିଷ୍ଠ ନେତା ସୀତାରାମ ପଣ୍ଡା, ଯୁବନେତା ବିମ୍ବାଧର ବେହେରାଦଳାଇ, ଦିଲ୍ଲୀପ ପାତ୍ର, ମଦନମୋହନ ବେହେରାଦଳାଇ, ଧୀରେଶଚନ୍ଦ୍ର ପାଢ଼ୀ, ନୂଆଗାଁ ବ୍ଳକ କଂଗ୍ରେସ ସଭାପତି ମାନସ ମଲ୍ଲିକ ପ୍ରମୁଖ ବିଜେପିରେ ଯୋଗଦେଇଥିବା ବେଳେ ବିଜେଡ଼ିରୁ ବାଲିଗୁଡ଼ା ପଂଚାୟତ ସରପଂଚ ଗଣେଶ୍ୱର ମଲ୍ଲିକ, ଖଜୁରୀପଡ଼ା ପୂର୍ବତନ ସମିତି ସଭ୍ୟ ଦେବରାଜ ମୁଖୀ. କେ.ନୂଆଗାଁ ସରପଂଚ ଗଦାଧର ପ୍ରଧାନ, ବରଗଖମା ୧୫ ନଂ ଜିଲ୍ଲା ପରିଷଦ ସଭ୍ୟ ନୀଳକଣ୍ଠ ଦଣ୍ଡିଆ, ରାଇକିଆ ଖଦୀବୋର୍ଡ଼ ଅଧ୍ୟକ୍ଷ ମାଧବ ପ୍ରଧାନ, ବିଜେଡ଼ି ନେତା ମୃତୁ୍ୟଞ୍ଜୟ ଦାଶ, ନଦୀଦତ୍ୟ ନନ୍ଦ, ନୂଆଗାଁ ବ୍ଳକ ସଭାପତି ପ୍ରଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଓଡ଼ିଶା ଜନମୋର୍ଚ୍ଚାରୁ ଇନ୍ଦ୍ରମଣୀ ପାତ୍ର, ରାଜୀବ ନାୟକ, ଗୁରୁଦେବ ବେହେରା ଦଳାଇ, ବିଜୟ ପୂଜାରୀଙ୍କ ସମତେ ପୂର୍ବତନ ବିଧାୟକ ଶ୍ରୀ ଭଗବାନ ନାଏକ, କନ୍ଧମାଳ ବିକାଶ ପରିଷଦ ମଂଚ ସମ୍ପାଦକ ସୁଶନ ପ୍ରଧାନ, ଦେବାନନ୍ଦ ବେହେରା ଦଳାଇ, ଅମୀତ କୁମାର ପ୍ରଧାନ, ନାରାୟଣ ଦଳପତି, ପରେଶଚନ୍ଦ୍ର ପାଢ଼ି, ସୀତାରାମ ଗୁରୁମ, ରାଜ କିଶୋର ଦାଶ, ଛାତ୍ର ନେତା ଆଶୁତୋଷ ପାଢ଼ୀ, ସାଧୁଚରଣ ପାତ୍ର, ଉକ୍ରଳମଣୀ ଯୁବସମାଜ ସଭାପତି ସଚ୍ଚିତାନନ୍ଦ ମୁଖୀ, ପର୍ଶୁରାମ ପ୍ରଧାନ, ଘାସିକୂଳ ସମାଜ କଲ୍ୟାଣ ସମିତି ଅଧ୍ୟକ୍ଷ ବିଶିକେଶନ ନାୟକ, ଉପସଭାପତି ଉମାଚରଣ ମୁଖା, ଗୁମାଗୁଡ଼ ନିଶାନିବାରଣ ସମିତି ଅଧ୍ୟକ୍ଷ ବିପିନ ଦିଗାଲ, ପାକୁରିଆ ଫେଡ଼୍ରେସନ ସଭାନେତ୍ରୀ ସାମିସ୍ତ୍ରୀ ଦିଗାଲ, ବିଶିଷ୍ଟ ଆଦିବାସୀ ନେତା ବିପିନ ଦିଗାଲ, କୁଇ ସମାଜ ସମ୍ପାଦକ ଇନ୍ଦ୍ରଜିତ ମଲ୍ଲିକଙ୍କ ସମେତ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତାମାନେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।
ଉପରୋକ୍ତ ପ୍ରମୁଖ କାର୍ଯ୍ୟକର୍ତାମାନେ ଆଗାମୀ ଦିନରେ ବିଜେପିର ନୀତି, ଆଦର୍ଶ ଓ ଶୃଙ୍ଖଳା ମାନିବାକୁ ପ୍ରତିଜ୍ଞାବଦ୍ଧ ବୋଲି କହିବା ସହ ଆଗାମୀ କନ୍ଧମାଳ ଲୋକସଭା ଭପନିର୍ବାଚନର ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ରୁଦ୍ରମାଧବ ରାୟକୁ ଜିତାଇବା ପାଇଁ କନ୍ଧମାଳ ଜିଲ୍ଲାରେ ଘରଘର ବୁଲି ବିଜେପିକୁ ପଦ୍ମଫୁଲ ଚିହ୍ନରେ ଭୋଟ ଦୋବକୁ ପ୍ରଚାର କରିବେ ବୋଲି ଶପଥ ନେଇଥିଲେ ।

Share in top social networks!
Powered By Indic IME