୨୦୧୩-୧୪ ବର୍ଷ ପାଇଁ ନାଲ୍‌କୋ ପକ୍ଷରୁ ୩୮୭ କୋଟି ଟଙ୍କାର ଡିଭିଡେଣ୍ଡ୍‌ ଘୋଷଣା

nalcocmdଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ)ର ଅଂଶୀଦାର୍‌ମାନେ ଆଜି ଅନୁଷ୍ଠିତ କମ୍ପାନୀର ୩୩ତମ ବାର୍ଷିକ ସାଧାରଣ ବୈଠକରେ ୨୦୧୩-୧୪ ବର୍ଷ ପାଇଁ ୩୮୭କୋଟି ଟଙ୍କାର ଡିଭିଡେଣ୍ଡ୍‌ ପ୍ରଦାନ ପାଇଁ ସ୍ବିକୃତୀ ପ୍ରଦାନ କରିଛନ୍ତି । ଏହା ଲାଭର ୩୦% ଅଟେ, ଯାହାର ମୂଲ୍ୟ ଶେୟାର୍‍ ପ୍ରତି ୧.୫୦ ପଇସା ଧାର୍ଯ୍ୟ ହୋଇଛି । ନାଲ୍‍କୋ ପ୍ରାରମ୍ଭରୁ ୪୨୩୪ କୋଟି ଟଙ୍କା ଭାରତ ସରକାରଙ୍କ ଅଂଶଧନ ବାବଦରେ ପ୍ରଦାନ କରିବା ସହିତ ସମୂଦାୟ ୪୯୦୬ କୋଟି ଟଙ୍କା ଡିଭିଡେଣ୍ଡ୍‌ ଆକାରରେ ପ୍ରଦାନ କରିଛି ।
ବାର୍ଷିକ ସାଧାରଣ ବୈଠକ ପରେ, ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ, ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କମ୍ପାନୀର ପ୍ରଦର୍ଶନ ତଥା ବ୍ୟବସାୟିକ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ, “ଔଦ୍ୟୋଗିକ ପରିବେଶରେ ହେଉଥିବା ପରିବର୍ତ୍ତନ ତଥା ସାମଗ୍ରିକ ବିକାଶର ଆବଶ୍ୟକତାକୁ ହୃଦୟଙ୍ଗମ କରି କମ୍ପାନୀ ନୂତନ ଲକ୍ଷ୍ୟ ଓ ଧ୍ୟେୟ ଧାର୍ଯ୍ୟ କରି ନବୀନତ୍ୱ ମାଧ୍ୟମରେ ଉପôାଦକତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରୁଛି । ସ୍ଥାୟୀ ତଥା ନିରନ୍ତର ବିକାଶ ହାସଲ ନିମନ୍ତେ ନାଲ୍‍କୋ, ସାଂପ୍ରତିକ ଅହ୍ୱାନର ସମ୍ମୁଖୀନ ହୋଇ ଭବିଷ୍ୟତର ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ କମ୍ପାନୀ ବିକାଶର ଏକ ନୁତନ ଯାତ୍ରା ଆରମ୍ଭ କରିଛି । ୩୩ ବର୍ଷର ସଫଳ କାର୍ଯ୍ୟ ଧାରା ପରେ କମ୍ପାନୀ ବର୍ତ୍ତମାନ ସଂପ୍ରସାରଣ, ବିବିଧୀକରଣ, ସାମାଜିକ ପ୍ରତିବଦ୍ଧତା ମାଧ୍ୟମରେ ନିରନ୍ତର ବିକାଶ ତଥା ଅଂଶଧନଧାରୀମାନଙ୍କର ସନ୍ତୁଷ୍ଟି ଓ ସହଯୋଗ ହାସଲ କରିବାର ଲକ୍ଷ୍ୟ ରଖିଛି ।”
ଶ୍ରୀ ଦାସ ଆହୁରି ମଧ୍ୟ କହିଲେ ଯେ ନାଲ୍‍କୋ ବର୍ତ୍ତମାନ ବିଭିନ୍ନ ମହତ୍ତ୍ୱାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ କରୁଛି । ଏହି ପ୍ରକଳ୍ପଗୁଡିକରେ ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ଉଭୟ ଆଲୁମିନିୟମ୍‍ ଉଦ୍ୟୋଗ ଏବଂ ଶକ୍ତି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିବାକୁ ଯୋଜନା ରଖିିଛି । ଏହା ଦ୍ୱାରା ନାଲ୍‍କୋର ଉପôାଦକତା ଓ ବ୍ୟବସାୟିକ ଲାଭ ବୃଦ୍ଧି ପାଇବ ।
ନିଜର ଅଭିବୃଦ୍ଧି ଯୋଜନାକୁ ଆଗେଇ ନେଇ କମ୍ପାନୀ, ଏହାର ଆଲୁମିନା ରିଫାଇନେରୀର ଚତୁର୍ଥ ଷ୍ଟ୍ରିମ୍‍ର କ୍ଷମତା ବୃଦ୍ଧି କରି ୟୁନିଟ୍‍ର ବାର୍ଷିକ କ୍ଷମତା ୨୧ ଲକ୍ଷ ଟନ୍‍ରୁ ୨୨.୭୫ ଲକ୍ଷ ଟନ୍‍କୁ ବୃଦ୍ଧି କରିଛି । ସେହି ପରି, ବକ୍ସାଇଟ୍‍ ଖଣିର ବାର୍ଷିକ କ୍ଷମତା ୬.୩ ନିୟୁତ ଟନ୍‍ରୁ ୬.୮୨୫ ଟନ୍‍କୁ ବୃଦ୍ଧି ପାଇଛି । ଏ ଦିଗରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ।
ପରିବେଶ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ପଦକ୍ଷେପ କ୍ରମେ, କମ୍ପାନୀ ରାଜସ୍ଥାନର ଜୟସାଲ୍‍ମେର ଠାରେ ୨୮୩ କୋଟି ଟଙ୍କା ପୁଞ୍ଜିଜିନିବେଶରେ ୪୭.୬ ମେଗାୱାଟ୍‍ କ୍ଷମତା ବିଶିଷ୍ଟ ଦ୍ୱିତୀୟ ପବନଚାଳିତ ବିଦୁ୍ୟତ ଉପôାଦନ କେନ୍ଦ୍ର ସ୍ଥାପନ କରିଛି । ୨୦୧୨-୧୩ ବର୍ଷରେ କମ୍ପାନୀ, ୫୦.୪ ମେଗାୱାଟ୍‍ କ୍ଷମତାସମ୍ପନ୍ନ ପ୍ରଥମ ପବନଚାଳିତ ବିଦୁ୍ୟତ ଉପôାଦନ କେନ୍ଦ୍ର ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକ୍ଷମ କରିଥିଲା । ୨୦୧୩-୧୪ ବର୍ଷରେ ଉଭୟ ୟୁନିଟ୍‍ରୁ ୧୫୦ ନିୟୁତ ୟୁନିଟ୍‍ ବିଦୁ୍ୟତ ଉପôାଦିତ ହୋଇଥିଲା । ବିକଳ୍ପ ଶକ୍ତି ଉସôର ବ୍ୟବହାର କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ କ୍ରମେ, କମ୍ପାନୀ ଭୁବନେଶ୍ୱର ସ୍ଥିତ ଏହାର ନିଗମ କାର୍ଯ୍ୟାଳୟ ଭବନ ଠାରେ ଛାତ ଉପରେ ୧୬୦ କେଡବ୍ଲୁପି କ୍ଷମତା ବିଶିଷ୍ଟ ସୈøର ଶକ୍ତି ଉପôାଦନ ବ୍ୟବସ୍ଥା କାର୍ଯ୍ୟାନ୍ୱିତ କରିଛି ଏବଂ ଟାଉନ୍‍ସିପ୍‍ର ଘରଗୁଡିକର ଛାତ ଉପରେ ୧୦୦ କେଡବ୍ଲୁପି କ୍ଷମତା ବିଶିଷ୍ଟ ସୈøର ଶକ୍ତି ଉପôାଦନ ବ୍ୟବସ୍ଥା ସ୍ଥାପନ କରିଛି ।

ନୂତନ ପଦକ୍ଷେପ :
• ଗୁଜୁରାଟରେ ଆଲୁମିନା ରିଫାଇନେରୀ ପ୍ରକଳ୍ପ:
ଗୁଜୁରାଟର କଚ୍ଛ ଜିଲ୍ଲାରେ ନାଲ୍‍କୋ ବାର୍ଷିକ ୧ ନିୟୁତ ଟନ୍‍ ଉପôାଦନ କ୍ଷମତାବିଶିଷ୍ଟ ଏକ ଆଲୁମିନା ରିଫାଇନେରୀ ସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି । ଏଥିପାଇଁ ଆବଶ୍ୟକ ବକ୍ସାଇଟ୍‍ ଜିଏମ୍‍ଡିସିର ଖଣିରୁ ମିଳିବ ବୋଲି ଯୋଜନା କରାଯାଇଛି । ଏ ଦିଗରେ ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ (ଡିପିଆର୍‍) ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପଟି ଯୌଥ ଉଦ୍ୟମରେ ସ୍ଥାପିତ ହେବ ଏବଂ ଏଥି ନିମନ୍ତେ ଜିଏମ୍‍ଡିସି ସହିତ ଆଲୋଚନା କରାଯାଉଛି ।

• ଓଡ଼ିଶାରେ ଦ୍ୱିତୀୟ ସ୍ମେଲ୍ଟର୍‍ ଓ ସିପିପି :
ଓଡ଼ିଶାର ସୁନ୍ଦରଗଡ଼ ଠାରେ କମ୍ପାନୀର ଦ୍ୱିତୀୟ ସ୍ମେଲ୍ଟର୍‍ ଓ ବିଦୁ୍ୟତ ଉପôାଦନ କେନ୍ଦ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ନିମନ୍ତେ କମ୍ପାନୀ କୋଇଲା ବ୍ଲକ୍‍ ଲାଭ ନିମନ୍ତେ ଉଦ୍ୟମ କରୁଛି ।
• କଷ୍ଟିକ୍‍ ସୋଡା ପ୍ରକଳ୍ପ :
ଗୁଜୁରାଟର ଦହେଜ ଠାରେ କମ୍ପାନୀ, ୯୫୦ କୋଟି ଟଙ୍କା ନିବେଶରେ ଜିଏସିଏଲ୍‍ ସହ ଯୌଥ ଉଦ୍ୟମରେ ବାର୍ଷିକ୨ ଲକ୍ଷ ଟନ୍‍ କ୍ଷମତାବିଶିଷ୍ଟ୍‍ ଏକ କଷ୍ଟିକ୍‍ ସୋଡା କାରଖାନା ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି । ଏଥି ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ (ଡିପିଆର୍‍) ପର୍ଯ୍ୟବେକ୍ଷଣ କରାଯାଉଛି ।
• ଆଲୁମିନିୟମ୍‍ ଓ ଆଲୁମିନିୟମ୍‍ ଆଲୟ କଣ୍ଡକ୍ଟର୍‍ ପ୍ରକଳ୍ପ :
କମ୍ପାନୀ, ଏକ ଆଲୁମିନିୟମ୍‍ ଓ ଆଲୁମିନିୟମ୍‍ ଆଲୟ କଣ୍ଡକ୍ଟର୍‍ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଛି । ଏଥି ନିମନ୍ତେ ଟେକ୍ନୋ-ଇକୋନୋମିକ୍‍ ଫିଜିବିଲିଟୀ ରିପୋର୍ଟ୍‍ (ଟିଇଏଫ୍‍ଆର୍‍) ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକରା, ପ୍ରସ୍ତାବିତ ଅନଗୁଳ ଆଲୁମିନିୟମ୍‍ ପାର୍କ୍‍ରେ ୩୦ ଏକର ଜମି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି ।
• ବିଦେଶରେ ସ୍ମେଲ୍ଟର୍‍ ପ୍ରକଳ୍ପ :
ଭାରତ ବାହାରେ ଯେଉଁ ଦେଶରେ ଉପଯୁକ୍ତ ମୂଲ୍ୟରେ ଶକ୍ତି ଉପଲବ୍ଧ ହେବ, ସେଠାରେ କମ୍ପାନୀ ଏକ ନୂତନ ଆଲୁମିନିୟମ୍‍ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି । ଇତି ମଧ୍ୟରେ, ଭାରତରୁ ଦୂରତା, ଆବଶ୍ୟକୀୟ ପରିମାଣର ଶକ୍ତିର ଉପଲବ୍ଧତା ଏବଂ ଉପଯୁକ୍ତ ମୂଲ୍ୟ, ଭୌଗୋଳିକ ତଥା ରାଜନୈତିକ ପରିସ୍ଥିତି ଏବଂ ଭିତ୍ତିଭୂମିର ଉପଲବ୍ଧତା ଆଧାରରେ ୫ଟି ଦେଶକୁ ଚୟନ କରାଯାଇଛି । ଆବଶ୍ୟକୀୟ ତଥ୍ୟ ନିମନ୍ତେ ଏହି ରାଷ୍ଟ୍ରଗୁଡିକର ରାଷ୍ଟ୍ରଦୂତମାନଙ୍କୁ ଅନୁରୋଦ କରାଯାଇଛି । ଖୁବ୍‍ ଶୀଘ୍ର ଏହି ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଉପଯୁକ୍ତ ସ୍ଥାନ ଚୟନ କରିବା ପାଇଁ ଖୁବ୍‍ ଶୀଘ୍ର ଏକ କନ୍ସଲ୍‍ଟାଣ୍ଟ୍‍ ନିଯୁକ୍ତ କରାଯିବ ।
• ଦାମନଯୋଡ଼ିରେ ୧୪ ମେଗାୱାଟ୍‍ ପବନଚାଳିତ ବିଦୁ୍ୟତ ଉପôାଦନ ପ୍ରକଳ୍ପ :
ଦାମନଯୋଡ଼ିଠାରେ ଥିବା କମ୍ପାନୀର ବକ୍ସାଇଟ୍‍ ଖଣିରେ ଖନନ ହୋଇଥିବା ସ୍ଥାନରେ ୧୪ ମେଗାୱାଟ୍‍ କ୍ଷମତାବିଶିଷ୍ଟ ପବନଚାଳିତ ବିଦୁ୍ୟତ ଉପôାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନାଲ୍‍କୋ ଯୋଜନା ରଖିଛି । ଏଥି ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ (ଡିପିଆର୍‍) ପ୍ରସ୍ତୁତ କରାଯାଇଛି ।
• ୧୦୦ ମେଗାୱାଟ୍‍ ପବନଚାଳିତ ବିଦୁ୍ୟତ ଉପôାଦନ ପ୍ରକଳ୍ପ :
ଆହୁରି ମଧ୍ୟ, କମ୍ପାନୀ, ଉପଯୁକ୍ତ ସ୍ଥାନରେ ଏକ ୧୦୦ ମେଗାୱାଟ୍‍ କ୍ଷମତାବିଶିଷ୍ଟ ପବନଚାଳିତ ବିଦୁ୍ୟତ ଉପôାଦନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି । ଏଥି ପାଇଁ ବିଦୁ୍ୟତ ଉପôାଦନ ପ୍ରକଳ୍ପ ବିକାଶ କରୁଥିବା ସଂସ୍ଥାର ଚୟନ କାର୍ଯ୍ୟ କରାଯାଉଛି ।
• ସୌର ଶକ୍ତି ପ୍ରକଳ୍ପ :
କମ୍ପାନୀ, ଏହାର ରିନିୱେବଲ୍‍ ପର୍ଚେଜ୍‍ ଓବ୍ଲିଗେସନ୍‍ (ଆର୍‍ପିଓ) କୁ ହାସଲ କରିବା ପାଇଁ ଭାରତର ଉପଯୁକ୍ତ ସ୍ଥାନରେ ଉପଯୁକ୍ତ କ୍ଷମତାବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା କରୁଛି ।
• ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ:
କମ୍ପାନୀ, ନାଲ୍‍କୋ ରିସର୍ଚ୍ଚ୍‍ ଆଣ୍ଡ୍‍ ଟେକ୍ନୋଲୋଜୀ ସେଣ୍ଟର୍‍ (ଏନ୍‍ଆର୍‍ଟିସି) ଏବଂ ଅନଗୁଳ ସ୍ଥିତ ସ୍ମେଲ୍ଟର୍‍ ଓ ଟାଉନ୍‍ସିପ୍‍ ଠାରେ ଭୂମି ଓ ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରିବାକୁ ପଦକ୍ଷେପ ଗ୍ରହଣ କରୁଛି ।

ନାଲ୍‌କୋ ଫାଉଣ୍ଡେସନ୍‌
ନାଲ୍‍କୋ ସର୍ବଦା ଏହାର ଅଂଶୀଦାରମାନଙ୍କ ଉନ୍ନତି ସହ ବ୍ୟବସାୟ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛି । ଏହି କ୍ରମରେ, କମ୍ପାନୀ ବ୍ୟବସାୟ ସହିତ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ପ୍ରଦାନ କରିଥାଏ । ନାଲ୍‍କୋ ପାଇଁ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଛି, ଯଥା : ପରିବେଶର ସୁରକ୍ଷା, ଏହାର ପ୍ରକଳ୍ପ ପରିପାଶ୍ୱର୍ ଅଞ୍ଚଳରେ ବସବାସକରୁଥିବା ଜନସାଧାରଣଙ୍କ ହିତସାଧନ ଏବଂ ସମ୍ବଳ ସୃଷ୍ଟି ଓ ତାହାର ସଂରକ୍ଷଣ । ସାମାଜିକ ଅଙ୍ଗୀକାରବଦ୍ଧତାର ନିଦର୍ଶନ ସ୍ବରୂପ ଏହାର ପ୍ରକଳ୍ପ ନିକଟରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନାଲ୍‍କୋ ସତତ ଚେଷ୍ଟିତ । ଏହି କ୍ରମରେ, କମ୍ପାନୀ ପାରିପାଶ୍ୱିର୍କ ବିକାଶ କାର୍ଯ୍ୟକ୍ରମ ସହ କମ୍ପାନୀ ନାଲ୍‍କୋ ଫାଉଣ୍ଡେସନ୍‍ ମାଧ୍ୟମରେ ଏହାର ସାମାଜିକ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛି । ଏହା ଗୋଷ୍ଠୀ ଅଂଶଗ୍ରହଣ, ସାମଗ୍ରିକ ବିକାଶ ତଥା ପରିମେୟ ଫଳାଫଳ ଆଧାରରେ କାର୍ଯ୍ୟ କରୁଛି । ନାଲ୍‍କୋ ଫାଉଣ୍ଡେସନ୍‍, ଦାମନଯୋଡି ଓ ଅନଗୁଳଠାରେ ସ୍ଥିତ ନାଲ୍‍କୋର ଖଣି ଓ ପ୍ରକଳ୍ପ ଅଞ୍ଚଳର ୧୫ କିଲୋମିଟର୍‍ ବ୍ୟାସାର୍ଦ୍ଧରେ ଅବସ୍ଥିତ ଅଞ୍ଚଳ ତଥା ପଟ୍ଟାଙ୍ଗୀ (କୋରାପୁଟରେ) ଏବଂ ଆନ୍ଧ୍ରପ୍ରଦେଶର ଗୁଡେମ୍‍ ଓ କେ.ଆର୍‍. କୋଣ୍ଡା ଠାରେ ଏହାର ପ୍ରସ୍ତାବିତ ଖଣି ପ୍ରକଳ୍ପ ଅଞ୍ଚଳରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟ ହାତକୁ ନେଇଛି ।

ନାଲ୍‍କୋ ଫାଉଣ୍ଡେସନ୍‍ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ :

୧. ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା କେନ୍ଦ୍ର
ନାଲ୍‍କୋ ପକ୍ଷରୁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା କେନ୍ଦ୍ର ପ୍ରତି ଜନସାଧାରଣଙ୍କ ବୃଦ୍ଧି ପାଉଥିବା ଆଗ୍ରହକୁ ଆଖିରେ ରଖି ଏହି ୟୁନିଟ୍‍ର ସଂଖ୍ୟା ୬ ରୁ ୮କୁ ବୃଦ୍ଧି କରାଯାଇଛି । ଅନଗୁଳ ସ୍ଥିତ ସ୍ମେଲ୍ଟର୍‍ ଓ ବିଦୁ୍ୟତ ଉପôାଦନ କେନ୍ଦ୍ର (୪୩ଟି ଗ୍ରାମ) ଏବଂ ଦାମନଯୋଡ଼ି ସ୍ଥିତ ଖଣି ଓ ରିଫାଇନେରୀ ପ୍ରକଳ୍ପ (୧୪୨ଟି ଗ୍ରାମ)ରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି । ଏହି ବର୍ଷ, ସମୂଦାୟ ୨,୪୬୩ ଟି କ୍ୟାମ୍ପ୍‍ ପରିଚାଳିତ ହୋଇଥିଲା ଏବଂ ଅନଗୁଳ ଓ ଦାମନଯୋଡ଼ିର ପାରିପାଶ୍ୱିର୍କ ଗ୍ରାମରୁ ସମୂଦାୟ ୧,୦୯,୧୬୬ ଜଣ ରୋଗୀଙ୍କ ଚିକିସôା କରାଯାଇଥିଲା ।
୨. ଦାମନଯୋଡ଼ିର ପାରିପାଶ୍ୱିର୍କ ଗ୍ରାମଗୁଡିକର ଶିଶୁଙ୍କ ପାଇଁ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା
ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ନାଲ୍‍କୋ ଦାମନଯୋଡ଼ିର ପାରିପାଶ୍ୱିର୍କ ଗ୍ରାମଗୁଡିକର ଶିଶୁଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଜାରୀ ରଖିଛି । ଏହି ବର୍ଷ, ଆହୁରି ୨୫୪ ଜଣ ଶିଶୁଙ୍କ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା । ଏଯାବତ୍‍, ସମୂଦାୟ ୬୫୫ ଜଣ ଶିଶୁଙ୍କୁ ଏହି ବ୍ୟବସ୍ଥାରେ ୧.୩୧ କୋଟି ଟଙ୍କା ବ୍ୟୟରେ ସମୂଦାୟ ୬୫୫ ଜଣ ଶିଶୁଙ୍କୁ ସାମିଲ କରାଯାଇଛି । କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଦାମନଯୋଡ଼ିର ୧୬ଟି ପାରିପାଶ୍ୱିର୍କ ଗ୍ରାମର ଶିଶୁମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି ।
୩. ସ୍ବଚ୍ଛ ଭାରତ ମିଶନ
ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ୍‍ରେ ଅଂଶଗ୍ରହଣ କରିବା ପାଇଁ ନାଲ୍‍କୋ ସହମତି ପ୍ରଦାନ କରିଛି । ଏହି କ୍ରମରେ, କମ୍ପାନୀ, ଏହାର ପ୍ରକଳ୍ପର ୧୫ କିଲୋମିଟର୍‍ ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ଥିବା ୧୦୦ଟି ଗ୍ରାମର ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀମାନଙ୍କ ନିମନ୍ତେ ପରିମଣ ସୁବିଧା ଯୋଗାଇ ଦେବ ।

ପ୍ରଦର୍ଶନ ମୁଖ୍ୟାଂଶ : ୨୦୧୩-୧୪

• ବିକ୍ରିଲବ୍ଧ ଆୟ ୬୬୪୯ କୋଟି ଟଙ୍କା
• ନିଟ୍‍ ଲାଭ ୬୪୨ କୋଟି ଟଙ୍କା
• ରପ୍ତାନୀଲବ୍ଧ ଆୟ ୩,୭୧୯ କୋଟି ଟଙ୍କା, ଯାହା କି ଏ ଯାବତ୍‍ ସର୍ବାଧିକ
• ୬୨.୯୩ ଲକ୍ଷ ଟନ୍‍ ବକ୍ସାଇଟ୍‍ ଉପôାଦନ, ଯାହା କି ଏ ଯାବତ୍‍ ସର୍ବାଧିକ
• ୧୯.୨୫ ଲକ୍ଷ ଟନ୍‍ ଆଲୁମିନା ହାଇଡ୍ରେଟ୍‍ ଉପôାଦନ, ଯାହା କି ଏ ଯାବତ୍‍ ସର୍ବାଧିକ
• ୩.୧୬ ଲକ୍ଷ ଟନ୍‍ ଆଲୁମିନିୟମ୍‍ ଉପôାଦନ
• ୪,୯୮୯ ମିଲିୟନ୍‍ ୟୁନିଟ୍‍ ତାପଜ ବିଦୁ୍ୟତ ଉପôାଦନ
• ୧୫୦ ମିଲିୟନ୍‍ ୟୁନିଟ୍‍ ବିଦୁ୍ୟତଚାଳିତ ବିଦୁ୍ୟତ ଉପôାଦନ

Share in top social networks!