ରିଲାଏନ୍ସ କମ୍ୟୁନିକେସନ୍ସ-ଜୀବନ ଜ୍ୟୋତି ଟ୍ରଷ୍ଟ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ

relianceନିଜର କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତାକୁ ସଂପ୍ରସାରିତ କରିବା ଲକ୍ଷ୍ୟରେ ରିଲାଏନ୍ସ କମ୍ୟୁନିକେସନ୍ସ ଓ ଜୀବନ ଜ୍ୟୋତି •ରିଟେବଲ ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଏମଓୟୁ ଦ୍ୱାରା ପ୍ରୋଜେକ୍ଟ ବିଦ୍ୟା ନାମକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ କରାଯିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୧୦ ଲକ୍ଷ ଗରିବ ପିଲାଙ୍କୁ ଶିକ୍ଷାର ସୁଯୋଗ ପ୍ରଦାନ କରାଯିବ । ବୁଧବାରଦିନ ଅନୁଷ୍ଠିତ ଏକ ସମାରୋହ ଅବସରରେ ରିଲାଏନ୍ସ ତରଫରୁ ସର୍କଲ ଏଚଆର ମୁଖ୍ୟ ସଂଜୀବ ମିଶ୍ର ଓ ଜୀବନ ଜ୍ୟୋତି •ରିଟେବଲ ଟ୍ରଷ୍ଟର ଟ୍ରଷ୍ଟି ପ୍ରଫୁଲ୍ଲ ସେନାପତି ଏହି ଏମଓୟୁରେ ସ୍ବାକ୍ଷର କରିଛନ୍ତି । କମ୍ପାନିର ସର୍କଲ ମୁଖ୍ୟ ରାଜ ପୃଷ୍ଟି,ଏକଜ୍ୟୁକଟିଭ କମିଟି ଓ ସିଏସଆର କମିଟିର କର୍ମ•ରୀ ଏହି ଅବସରରେ ଉପସ୍ଥିତ ଥିଲେ ।
ପ୍ରୋଜେକ୍ଟ ବିଦ୍ୟା ଅଧିନରେ ରିଲାଏନ୍ସ ପକ୍ଷରୁ ବୁଧବାର ଦିନ ଜୀବନ ଜ୍ୟୋତି ଟ୍ରଟକୁ ପିଲାଙ୍କ ପାଠ୍ୟ ପୁସ୍ତକ ଓ ପାଠ୍ୟଉପକରଣ ପ୍ରଦାନ କରାଯାଇଛି । ଏହା ଦ୍ୱାରା ଟ୍ରଷ୍ଟ ଲାଇବ୍ରେରୀର ବିକାଶ ହୋଇପାରିବ ଓ ପ୍ରାୟ ୬୨ ଜଣପିଲା ଉପକୃତ ହେବେ ବୋଲି ଜଣାପଡିଛି ।

Share in top social networks!