ଜୁଏଲଙ୍କୁ ଭେଟିଲେ ସୁବ୍ରତକପ ଆର୍ନ୍ତଜାତୀୟ ଫୁଟବଲ ଟୁର୍ଣ୍ଣାମେଂଟରେ ଭାଗନେଇଥିବା ଓଡ଼ିଆ ଖେଳାଳୀ

ajtoନୂଆଦିଲ୍ଲୀ ଠାରେ ଆୟୋଜିତ ୨୦୧୪ ସୁବ୍ରତକପ ଆର୍ନ୍ତଜାତୀୟ ଫୁଟବଲ ଟୁର୍ଣ୍ଣାମେଂଟରେ ଓଡ଼ିଶାରୁ ଭାଗନେଇଥିବା କନ୍ଧମାଳ ଜିଲ୍ଲାର ଏ.ଜେ.ଓ ହାଇସ୍କୁଲ,ଫୁଲବାଣୀ ଫୁଟବଲ ଟିମର ସମସ୍ତ ସଦସ୍ୟମାନେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ନୂଆଦିଲ୍ଲୀ ଠାରେ ଭେଟିଛନ୍ତି । ପୃଥିବୀର ବହୁ ଦେଶରୁ ଭାଗ ନେଇଥିବା ଏହି ଟୁର୍ଣ୍ଣାମେଂଟରେ ଏ.ଜେ.ଓ ହାଇସ୍କୁଲ ଫୁଟବଲ ଟିମ୍‌ ଚଳିତ ଟୁର୍ଣ୍ଣାମେଂଟରେ ଏ ପର୍ଯ୍ୟନ୍ତ ୩ ଟି ମ୍ୟାଚ ଖେଳି ୨ଟିରେ ବିଜୟଲାଭ କରି ତା’ର ବିଜୟ ଅଭିଯାନ ଜାରି ରଖିଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓଡ଼ିଶାରୁ ଯାଇଥିବା ସମସ୍ତ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଟୁର୍ଣ୍ଣାମେଂଟରେ ଆଗକୁ ଆହୁରି ଭଲ ଖେଳିବା ପାଇଁ ଉତ୍ସାହିତ କରିଥିଲେ ଏବଂ ଆଗାମୀ ଦିନରେ ଏହି ଟିମ୍‌କୁ ସଂପୂର୍ଣ୍ଣ ସହଯୋଗଦେବାକୁ ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶୃତି ଦେଇଥିଲେ ।

Share in top social networks!