ଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ଟାଟା ଷ୍ଟିଲକୁ ଏସିଆନ୍‌ ସିଏସ୍‌ଆର ଲିଡରସିପ୍‌ ପୁରସ୍କାର

csrtataଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ଉକ୍ରର୍ଷ ପାଇଁ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି ଏସୀୟ ସାମାଜିକ ଉରଦାୟିତ୍ୱ ନେତୃତ୍ୱ ପୁରସ୍କାର ୨୦୧୪ ହାସଲ କରିଛି । ବିଶ୍ୱ ସିଏସ୍‌ଆର କଂଗ୍ରେସ ତରଫରୁ ସେପ୍ଟେମ୍ବର ୨୪ ତାରିଖରେ ଦୁବାଇଠାରେ ଏହି ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । କମ୍ପାନୀ ପକ୍ଷରୁ ଏହାର ମଧ୍ୟପ୍ରାଚ୍ୟ କ୍ଷେତ୍ରୀୟ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ସୁମୀତ କୁମାର ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏହି ପୁରସ୍କାର ଗ୍ରହଣ କରିବା ସମୟରେ ଶ୍ରୀ କୁମାର ଗୋଷ୍ଠୀ ବିକାଶ ପାଇଁ କମ୍ପାନୀ ପ୍ରତିଷ୍ଠାତାଙ୍କ ଦୂରଦୃଷ୍ଟି କର୍ମଚାରୀଙ୍କ ଡିଏନ୍‌ରେ ଥିବା ସହିତ ଏହାକୁ କିଭଳି ବ୍ୟାପକ ଭାବରେ ପାଳନ କରାଯାଉଛି ବୋଲି କହିଥିଲେ ।

ସ୍ବେଚ୍ଛାକୃତ ଭାବେ ସୁକିନ୍ଦା କ୍ରେମାଇଟ ଖଣିର ଅନେକ କର୍ମଚାରୀ ପାଶ୍ୱର୍ବର୍ୀ ସ୍କୁଲର ଅନାଥ ଆଦିବାସୀ ଝିଅଙ୍କ ଲାଳନ ପାଳନ ପାଇଁ ସହାୟତା ଦେଉଛନ୍ତି । କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀଙ୍କୁ ‘ ଉନ୍ନତ କାର୍ଯ୍ୟଧାରା’ ପାଇଁ ମିଳୁଥିବା ପୁରସ୍କାର ରାଶିକୁ ମଧ୍ୟ ସେମାନେ ସ୍କୁଲ ପିଲାଙ୍କ ପୋଷାକ ଓ ବହି ପାଇଁ ପ୍ରଦାନ କରୁଛନ୍ତି ।

Share in top social networks!