ପଶ୍ଚିମବଙ୍ଗ ଶିଳ୍ପପତିଙ୍କୁ ଯୋଜନା ସମନ୍ଵୟ ମନ୍ତ୍ରୀଙ୍କ ଆହ୍ଵାନ-ଓଡିଶା ଚାଲ

ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଜାତୀୟ ଓ ଆନ୍ତର୍ଜ୍ୟାତିକ ଶିଲ୍ପପତି ମାନଙ୍କୁ କୋଲକାତା ରେ ଅନୁଷ୍ଠିତ ଅଖିଳ ଭାରତୀୟ ବୈଷ-ମହା ସମ୍ମିଳନୀରେ ଓଡିଶା ସରକାରଙ୍କ ଯୋଜନା ସମନ୍ଵୟ ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତି ଆହ୍ଵାନ ଜଣାଇଛନ୍ତି | ଏହି ଆନ୍ତର୍ଜ୍ୟାତିକ ସମ୍ମିଳନୀକୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ମହାନ୍ତି କୋଲକାତା ର “ସ୍ଵଭୂମୀ” ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଥିଲେ ଯେ “ଯାହା ନହିଁ ଉତ୍କଳେ ତାହା ନହିଁ ମହିମଣ୍ଡଳେ” | ଏହା ସତ୍ଵେ ବି ଓଡିଶା ଦାରିଦ୍ରର କଷାଘାତରେ ଦିନ କାଟୁଥିଲା | କିନ୍ତୁ ରାଷ୍ଟ୍ର ନାୟକ ବିଜୁବାବୁ ଙ୍କ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଷ୍ଠା ଓ ସତତା ଯୋଗୁଁ ଓଡିଶା ଆଜି ସମୃଦ୍ଧିର ମୁକୁଟ ପିନ୍ଧିଛି | ୪୦ ଟିରୁ ଉର୍ଦ୍ଧ୍ଵ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ନୃତନ ୪ଟି ବନ୍ଦର ନିର୍ମାଣ ହୋଇଛି | ବାଣିଜ୍ୟିକ ପରିଧି ବଢିଛି | ତଥ୍ୟ ପ୍ରଯୁକ୍ତି ଶିଳ୍ପର ବିକାଶ ଘଟିଛି | ଏହା ସତ୍ଵେ ବି ଓଡିଶାରେ ବିନିଯୋଗ ର ଆବଶ୍ୟକତା କୁ ଏଡାଇ ଦେଇହେବ ନହିଁ |

ସଂସ୍କୃତି ମନ୍ତ୍ରୀ ଆହ୍ଵାନ ଜଣାଇଥିଲେ ଯେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗେଇ ଆସିଲେ ଓଡିଶା ସରକାର ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ | ତେବେ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପକୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସରକାର ଅଧିକ ଗୁରୁତ୍ଵ ଦେବେ | ଜମି, ପାଣି ଓ ପରିବହନ ସମସ୍ୟା ଓଡିଶାରେ ନହିଁ | ପରେବେଶ ମଧ୍ୟ ଅତ୍ୟନ୍ତ ଉପଯୋଗୀ | ତେଣୁ ବୃହତ୍ତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପ ବିଶେଷ କରି କୃଷି ଭିତ୍ତିକ ଶିଳ୍ପ କୁ ଓଡିଶା ସରକାର ଆଗ୍ରାଧିକାର ଦେଇଥାଏ | ତାଙ୍କର ବକ୍ତବ୍ୟ ଥିଲା ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗର ଆବଶ୍ୟକତା ରହିଛି | ଜଗତୀକରଣ ଯୁଗରେ ପର୍ଯ୍ୟଟନ ହିଁ ସମୃଦ୍ଧିର ସେତୁ ବନ୍ଧନ କରିପାରିବ | ତେଣୁ ଏହି କ୍ଷେତ୍ରରେ ଓଡିଶାର ପର୍ଯ୍ୟଟନ ଭାରତରେ ଆତ୍ମାଭାବେ ଚର୍ତିତ ହେଉଥିବାରୁ ଅତ୍ୟନ୍ତ ୫୦ଟି ପର୍ଯ୍ୟଟନ ସ୍ଥଳିକୁ ଆହୁରି ସୁନ୍ଦର ଓ ଗ୍ରହଣଯୋଗ୍ୟ କରିବାକୁ ପଡିବ | ସେଥିପାଇଁ ଶିଳ୍ପପତି ମାନେ ଆଗ୍ରହୀ ହେବାକୁ ସେ ଆବେଦନ କରିଥିଲେ | ପୁରୀରେ ବରଫାବୃତ୍ତ ନିବାସ ତିଆରି ପାଇଁ ବୈଷ-ମହାସଂଘର ଆନ୍ତର୍ଜ୍ୟାତିକ ଅଧ୍ୟକ୍ଷ ସୂର୍ଯ୍ୟ ପ୍ରକାଶ ବାଗଲା ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ପ୍ରସ୍ତାବ ଦେଇଥିଲେ |

ଅଧ୍ୟକ୍ଷ ସୂର୍ଯ୍ୟ ପ୍ରକାଶ ବାଗଲା କହିଥିଲେ ଯେ ଶିଳ୍ପପତି ମାନେ ପୁଞ୍ଜି ବିନିଯୋଗ କଲେ ତାର ସୁଫଳ ଯେପରି ମିଳି ପାରିବ ସେଥି ପ୍ରତି ପ୍ରତ୍ୟେକ ନୈତିକ ଦାଇତ୍ଵ ନେବା ଉଚିତ୍ | ସେ କହିଥିଲେ ଯେ ଦେଶର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଶିଳ୍ପାୟନ ପରିବେଶ ଉନ୍ନତ | ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ବାସ୍ତବତାକୁ ଗ୍ରହଣ କରନ୍ତି | ତେଣୁ ଓଡିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀଙ୍କ ପ୍ରସ୍ତାବକୁ ବୈଷ-ମହାସଂଘ ଗ୍ରହଣ କରୁଛି ଏବଂ ପୁରୀରେ ବରଫାବୃତ୍ତ ନିବାସ ପର୍ଯ୍ୟଟକ ମାନଙ୍କ ପାଇଁ ସେ କରିବେ ଏବଂ ଶିଳ୍ପାୟନ ପାଇଁ ପ୍ରତିଶ୍ରୁତି ବଦ୍ଧ |

17-10-2007=4କାକଟପୁର ବିଧାୟକ ଶ୍ରୀଯୁକ୍ତ ରବି ମଲ୍ଲିକ ଏହି ସମାବେଶରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ରାଜନୀତିର କାରଣରୁ ଓଡିଶାର ବିକାଶ ଅଟକି ରହିଥିଲା | ବର୍ତ୍ତମାନ ଅତ୍ୟନ୍ତ ଦାରିଦ୍ରର କଳଙ୍କ ଓଡିଶା ମହାସଂଘ ର ଆନ୍ତର୍ଜ୍ୟାତିକ ସମ୍ପାଦକ ଶ୍ରୀ ଗୋପାଳ ମୋରେ, ପ୍ରାକ୍ତନ ବିଧାୟକ ଦିନେଶ ବଜାଜ, ରବୀନ୍ଦ୍ର ଲାଡିଆ, ଲକ୍ଷ୍ମଣ ଅଗ୍ରୱାଲା ପର୍ମୁଖ ବ୍ୟକ୍ତବ୍ୟ ରଖିଥିଲେ |

ସମ୍ମିଳନୀ ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଗଜଲ ପରିବେଷଣ କରାଯାଇଥିଲା |

Share in top social networks!