ବୀରମିତ୍ରପୁର ଠାରୁ ବାରକୋଟ ପର୍ଯ୍ୟନ୍ତ ରାଜପଥ ନିର୍ମାଣରେ ବିଳମ୍ବ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ୍‌ ଗଡ଼କରୀଙ୍କୁ ଭେଟିଲେ ଜୁଏଲ

226614_569717943074186_1416129610_nଜାତୀୟ ରାଜପଥ ୧୪୩ ଅନ୍ତର୍ଗତ ବୀରମିତ୍ରପୁର ଠାରୁ ବାରକୋଟ ପର୍ଯ୍ୟନ୍ତ ୧୨୬ କି.ମି ବ୍ୟାପି ୪ ଲାଇନ୍‌ ବିଶିଷ୍ଟ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କେନ୍ଦ୍ରର ଭୁପୃଷ୍ଠ ଓ ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବୀରମିତ୍ରପୁର ଠାରୁ ବାରକୋଟ ପର୍ଯ୍ୟନ୍ତ ଏହି ୪ ଲାଇନ୍‌ ବିଶିଷ୍ଟ ଜାତୀୟ ରାଜପଥ ଝାଡ଼ଖଣ୍ଡ ସୀମା ଠାରୁ କୁଁଅରମୁଣ୍ଡା, ବେଦବ୍ୟାସ, ରାଉରକେଲା, ଲାଠିକଟା, ଚଣ୍ଡିପୋଷ ଓ ବଣାଇ ଦେଇ ବାରକୋଟ ଠାରେ ଜାତୀୟ ରାଜପଥ ନମ୍ବର-୬ କୁ ସଂଯୋଗ କରୁଛି । ରାଉଲକେଲାକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥରେ ବ୍ରାହ୍ମଣୀ ନଦୀ ଉପରେ ଏକମାତ୍ର ବି୍ରଜ ରହିଛି, ଯାହାକି ୫୦ ବର୍ଷ ତଳର ରାଉଲକେଲା ଷ୍ଟିଲପ୍ଲା ଜନ୍ମ ସମୟରେ ନିର୍ମିତ ହୋଇଥିଲା । ବର୍ମାନ ଏହି ବ୍ରିଜ୍‌ ଉପରେ ଦୈନିକ ଶହଶହ ଲୁହପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ବୋଝେଇ ଟ୍ରକ ଯିବା ଆସିବା ଫଳରେ ଟ୍ରାଫିକ ଜାମ ହେବା ସହିତ ଏଥିରେ ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦଶଙ୍କୁଳ ଅବସ୍ଥାରେ ଅଛି ।

ଏହି ୧୨୬ କି.ମି ଜାତୀୟ ରାଜପଥର ନିର୍ମାଣ ପାଇଁ ଗାମନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ (ଜି.ଆଇ.ପି.ଏଲ.) ଯିଏକି ଗାମନ୍‌ ଇଣ୍ଡିଆ ଲିମିଟେଡ଼ କମ୍ପାନୀର ଏକ ଅଂଶବିଶେଷ ୨୦୧୨ ମସିହା ଡ଼ିସେମ୍ବର ମାସରେ ଜାତୀୟ ରାଜପଥ ପ୍ରାଧୀକରଣଙ୍କ ଠାରୁ ପି.ପି.ପି ମୋଡ଼ରେ ୧୦୩୪ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରିବା ପାଇଁ ମଞ୍ଜୁରି ପାଇଥିଲା । ପରେ ଏହା ୧୪୩୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ଭିତରେ ବହୁ ଦିନ ବିତିଯାଇଥିଲେ ମଧ୍ୟ ଭୂମି ଅଧିଗ୍ରହଣ ଓ ଜଙ୍ଗଲ ପରିବେଶ ବିଭାଗର ମଞ୍ଜୁରି ପାଇପାରି ନାହିଁ , ଯାହ ଫଳରେ ଏହି ସଂସ୍ଥା ନିର୍ମାଣ କାର୍ଯ୍ୟରୁ ଓହରି ଯାଇଛି । ଯାହାର ପରିମାଣ ସ୍ବରୂପ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଏହା ଉପରେ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ୮ ଦିନ ଭିତରେ ରିପୋର୍ଟ ଆଣି କିପରି ଏହି କାର୍ଯ୍ୟ ଶ୍ରୀଘ ହୋଇପାରିବ ସେଥିପାଇଁ ସମସ୍ତ ଚେଷ୍ଠା କରିବେ ବୋଲି ଶ୍ରୀ ଓରାମଙ୍କୁ ପ୍ରତିଶୃତି ଦେଇଛନ୍ତି ।

Share in top social networks!