କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ

jualbhaiକେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଜି ଖୋର୍ଦ୍ଧାଜିଲ୍ଲା ଗସ୍ତ ଅବସରରେ ଜଟଣୀ ଠାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଶ୍ରୀ ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ବିପୁଳ ସମ୍ବର୍ନ୍ଧନା ଦିଆଯାଇଥିଲା । ଜଟଣୀ ଠାରେ ଥିବା ହନୁମାନ ବାଟିକା ପରିସରରେ ମନ୍ତ୍ରୀ ଓରାମ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗନେଇ ସେଠାରେ ଚାରା ରୋପଣ କରିଥିଲେ ଓ ପରେପରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଶ୍ରୀ ଓରାମ ସେୁରିୟାନ ୟୁନିଭରସିଟି କ୍ୟାମ୍ପସ ପରିଦର୍ଶନରେ ଯାଇ ସେଠାରେ ଅଧ୍ୟୟନ କରୁଥିବା ଜନଜାତି ସଂପ୍ରଦାୟ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି କ୍ୟାମ୍ପସ୍‌ରେ ସମସ୍ତ ବୈଷୟିକ ବିଭାଗ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀମାନେ କିପରି ନୂତନ ବୈଷୟିକ କୌଶଳ ଜ୍ଞାନ ଆହରଣ କରୁଛନ୍ତି ତାହା ଛାତ୍ରଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ ଏବଂ ଏ ବାବଦରେ ସେୁରିୟାନ ୟୁନିର୍ଭରସିଟି୍‌ ଅଧ୍ୟକ୍ଷ ଶ୍ରୀ ମୁକ୍ତି ମିଶ୍ରଙ୍କ ସହ ବିସ୍ତୃତଭାବେ ଆଲୋଚନା କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅର୍ନ୍ତଗତ ଚୁଡ଼ା ଠାରେ ଏସ.ଆର. ଆକ୍ୱା ପ୍ଲାର ଶୁଭଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମମାନଙ୍କରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରତିକାନ୍ତ ଦାଶ, ଶ୍ରୀ ମନ୍ମଥ ମଲ୍ଲିକ୍‌ ପ୍ରମୁଖ ଯୋଗଦେଇଥିଲେ ।
ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଭୁବନେଶ୍ୱରସ୍ଥ ଭାରତୀୟ ବିଦ୍ୟା ଭବନଠାରେ ଅନୁଷ୍ଠିତ ହେଉଥିବା ଓଡ଼ିଆ ଦୈନିକ ସମ୍ବାଦପତ୍ର “ଶୃତି”ର ୪ର୍ଥ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଚତୁର୍ଥ ସ୍ବନକ୍ଷତ୍ର ବିଶେଷାଙ୍କର ଉଦ୍‌ଘାଟନ କରିଥିଲେ । ଶୃତିର ସମ୍ପାଦକ ଶ୍ରୀ ସର୍ବେଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ସମାରୋହରେ ରାଜ୍ୟ ଆଇନ୍‌ ଓ ପାୟତରାଜ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ରାଜ୍ୟ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଶିଷ୍ଟ ଲେଖକ ଶ୍ରୀ ଶାନ୍ତୁନୁ ଆଶ୍ଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ସମ୍ବାଦପତ୍ରର ଭୂମିକା ସମ୍ବନ୍ଧରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ଓ ଶେଷରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ମାସୀନ ଅତିଥିମାନେ ପୁରସ୍କୃତ କରିଥିଲେ ।

Share in top social networks!