ତେଲେଙ୍ଗାନାରେ ନିର୍ଯ୍ୟାତିତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଶ୍ରମ ମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

MAP-5କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଳରୁ ବିଶେଷ କରି ମାର୍ଶାଘାଇ ଏବଂ ମହାକାଳପଡା ବ୍ଲକ୍‌ ଅଳରୁ ତେଲେଙ୍ଗାନାର ଦିପିକା କନଷ୍ଟ୍ରକ୍ସନକୁ କାମ କରିବା ନିମନ୍ତେ ପ୍ରାୟ ୪୦ ଜଣ ଶ୍ରମିକ ୪ ମାସର ଅଧିକ ହେବ ଯାଇଥିଲେ । ସେମାନଙ୍କୁ ସେଠାରେ ନିର୍ଯ୍ୟାତିତ କରାଯାଉଥିବା ଏବଂ ନିଜ ନିଜ ଘରକୁ ଫେରିବାର ସୁଯୋଗ ଦିଆଯାଉନଥିବାର ଅଭିଯୋଗ ହୋଇଛି । ଉକ୍ତ ୪୦ ଜଣଙ୍କ ମଧ୍ୟରୁ ୧୩ ଜଣ କୌଣସି ପ୍ରକାରରେ ଖସି ପଳାଇ ଆସିବା ପରେ ଏହା ଜଣାପଡିଛି । ଏ ସଂପର୍କରେ ଖବର ପାଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌ଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ଅଟକ ରହି ଥିବା ଶ୍ରମିକ ମାନଙ୍କୁ ତୁରନ୍ତ ଫେରାଇ ଆଣିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ସେଠାରେ ସେମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ଶ୍ରମ ମନ୍ତ୍ରୀଙ୍କୁ ଆଲୋଚନା କାଳରେ ଅନୁରୋଧ କରିଛନ୍ତି ।
ଉକ୍ତ ଶ୍ରମିକ ମାନଙ୍କର ସୁରକ୍ଷା ତଥା ତୁରନ୍ତ ସେମାନଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ତରଫରୁ ଏ ନେଇ ତପôରତା ପ୍ରକାଶ ପାଇଥିବା ଜଣାପଡିଛି । ସଚିବାଳୟ ଠାରେ ଏହି ଆଲୋଚନା କାଳରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଆର୍‌.କେ.ଶର୍ମାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!