ନାଲ୍କୋ କର୍ପୋରେଟ୍ କାର୍ଯ୍ୟାଳୟରେ ହିନ୍ଦୀ ପକ୍ଷ ପାଳିତ

nalcoଦୈନଦିନ ସରକାରୀ କାର୍ଯ୍ୟରେ ରାଜଭାଷା ହିନ୍ଦୀର ବ୍ୟାପକ ପ୍ରୟୋଗ ଏବଂ ଅଣହିନ୍ଦୀଭାଷୀ କର୍ମଚାରୀ ମାନଙ୍କ ମଧ୍ୟରେ ହିନ୍ଦୀରେ କାମ କରିବାର ଭାବନା ଜାଗୃତ କରିବା ଉଦ୍ଦେଶ୍ୟରେ ନାଲ୍କୋ କର୍ପୋରେଟ୍ କାର୍ଯ୍ୟାଳୟରେ ତା.୦୧.୦୯.୨୦୧୪ ରୁ ତା୧୫.୦୯.୨୦୧୪ରିଖ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳନ କରାଯାଇଥିଲା ।

ଇତ୍ୟବସରରେ ହିନ୍ଦୀଭାଷୀ ଏବଂ ଅଣହିନ୍ଦୀଭାଷୀ କର୍ମଚାରୀମାନଙ୍କ ମଧ୍ୟରେ ପୃଥକ ପୃଥକ ଭାବେ ହିନ୍ଦୀ ପ୍ରବନ୍ଧ, ଭାଷଣ, ଟିପ୍ପଣୀ ଏବଂ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାମାନ ଆୟୋଜିତ ହୋଇ ତା.୧୫.୦୯.୨୦୧୪ରିଖରେ ଏହି ହିନ୍ଦୀ ପକ୍ଷର ଉଦ୍ୟାପନ ଏବଂ ପୁରସ୍କାର ବିତରଣ ସମାରୋହ ପାଳିତ ହୋଇଥିଲାା ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଏହି ଉଦ୍ୟାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ଏତଦ୍ ବ୍ୟତୀତ ନିର୍ଦ୍ଦେଶକ(ପକଳ୍ପ ଏବଂ ପ୍ରଯୁକ୍ତି) ଶ୍ରୀ ଏନ୍.ଆର୍.ମହାନ୍ତି, ନିର୍ଦ୍ଦେଶକ(ମାନବ ସମ୍ବଳ) ଶ୍ରୀ ଶ୍ୟାମାଚରଣ ପାଢୀ, ନିର୍ଦ୍ଦେଶକ(ଅର୍ଥ) ଶ୍ରୀ କେ.ସି.ସାମଲ, ନିର୍ଦ୍ଦେଶକ(ବାଣିଜ୍ୟ)ସୁଶ୍ରୀ ସୋମା ମଣ୍ଡଳ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ ଏବଂ ପ୍ରଶାସନ) ଶ୍ରୀ ଅଶୋକ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍ମଚାରୀମାନଙ୍କୁ ହିନ୍ଦୀରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ।

ନାଲ୍କୋ କର୍ପୋରେଟ୍ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ (ରାଜଭାଷା) ଶ୍ରୀ ସୁଦର୍ଶନ ତରାଈ ଏହି ହିନ୍ଦୀ ପକ୍ଷର ସଂଚାଳନ କରିଥିଲେ । ସମାରୋହର ଶେଷରେ ପ୍ରବନ୍ଧକ (ରାଜଭାଷା) ଶ୍ରୀ ହରିରାମ ପଂସାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!