କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା କୋଇଡ଼ା ଠାରେ ନିଶୁ୍ଳ୍କ ସ୍ବାସ୍ଥ୍ୟ ଶିବିର ଉଦ୍ଘାଟିତ

jualbhaiକେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ୨ ଦିନିଆ ବଣାଇ ଗସ୍ତ ଅବସରରେ ଆଜି ବଣେଇ ସବ-ଡ଼ିଭିଜନ ଅନ୍ତର୍ଗତ କୋଇଡ଼ା କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହଯୋଗରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ବିଭିନ୍ନ ରୋଗର ବିଶେଷଜ୍ଞ ଓ ଡ଼ାକ୍ତରମାନଙ୍କ ସମେତ ୨୦ ରୁ ଉଦ୍ଧ୍ୱର୍ ସ୍ବାସ୍ଥ୍ୟସେବିକା ଏହି ସ୍ବାସ୍ଥ୍ୟଶିବିରରେ ଭାଗନେଇ ମାଗଣାରେ ରୋଗ ଚିହ୍ନଟ, ରକ୍ତ ପରୀକ୍ଷା ଏବଂ ଓøଷଧ ବିତରଣ କରିଥିଲେ । ରାଉଲକେଲାର ସଂକଳ୍ପ ଓ ବଣାଇର ବିକାଶ ପରିଷଦ ଆନୁକଲ୍ୟରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ବଣାଇ ଜିଲ୍ଲା ବିଜେପି ସଭାପତି ଶ୍ରୀ ମନୋଜ ପ୍ରଧାନ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ଜୟସ୍ବାଲ ଓ ଗିରିଶ ଚନ୍ଦ୍ର ପଣ୍ଡା, କୋଇଡ଼ା ବ୍ଳକ ସଭାପତି ଶରତ ବାରିକ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପରମେଶ୍ୱର ନାୟକ, କୋଇଡ଼ା ବ୍ଳକ ବିଡ଼ିଓ ମାଧବ ପାଣିଗ୍ରାହୀ, ବଣାଇ ତହସିଲଦାରଙ୍କ ସମେତ ଚକ୍ରଧର ଦେହୁରୀ, ଚେତନ ନାୟକ, ଯମୁନା ଗଡ଼ସରା, ଯଶୋବନ୍ତ ବେହେରା ଏବଂ ଶିବରାମ ଓରାମ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିଶୁଳ୍କ ସ୍ବାସ୍ଥ୍ୟଶିବିରକୁ ଶ୍ରୀ ସୁଂଧାଶୁ ରାଉତ ସଂଯୋଜନା କରିଥିଲେ । ପରେ କେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ସେଠାରେ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଆପି ଅଭିଯୋଗ ଶୁଣିଥିଲେ ।

Share in top social networks!