ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ “ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା” ସଂପର୍କିତ ଆଲୋଚନା ଚକ୍ର ।

10492518_896582420358188_1668082867660649448_nଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ଜନତା ପାର୍ଟି, ବୁଦ୍ଧିଜୀବୀ ପ୍ରକୋଷ୍ଠ ଦ୍ୱାରା “ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା” ବିଷୟକ ଏକ ଆଲୋଚନାଚକ୍ର ବିଜେପି ବାର୍ା ମୁଖ୍ୟ ସମ୍ପାଦକ ଅଧ୍ୟାପକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ବିଜେପି ମୁଖପାତ୍ର ଶ୍ରୀ ସମୀର ମହାନ୍ତି, ବରିଷ୍ଠ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ରତିକାନ୍ତ ପଣ୍ଡା, ଶ୍ରୀ ରବିନାରାୟଣ ମହାପାତ୍ର ଏବଂ ଚାର୍ଟାଡ ଆକାଉାଟ୍ ଶ୍ରୀ ସ୍ବପ୍ନବ୍ରତ ଦାଶ ପ୍ରମୁଖ ଏହି ଯୋଜନାର ଲକ୍ଷ୍ୟ, ସ୍ବରୁପ, ଆକାଉ ଖୋଲିବା ବ୍ୟବସ୍ଥା , ଲୋକଙ୍କୁ ମିଳିବାକୁ ଥିବା ବୀମା ଓ ଓଭରଡ୍ରାଫ୍ ଆଦିର ସୁବିଧା ପ୍ରଭୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାନନୀୟ ମୋଦିଙ୍କ ଭାଷଣର ଏକ ଭିଡିଓ ରେକର୍ଡିଂ ପ୍ରଦର୍ଶିତ ହେବାପରେ ପାୱାର ପଏ ମାଧ୍ୟମରେ ଜନଧନ ଯୋଜନା କାର୍ଯ୍ୟକ୍ରମର ଉପସ୍ଥାପନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ମିଶ୍ର, ଅଧିବକ୍ତା ପ୍ରକୋଷ୍ଠର ସଂଯୋଜକ ରବିନାରାୟଣ ପଟ୍ଟନାୟକ ଏବଂ ବାମଦେବ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରକୁ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଓ ସଂଘମିତ୍ରା ରାଜଗୁରୁ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଶ୍ରୀ ଶଙ୍କର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!