ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ନିଶୁ୍ଳ୍କ ସ୍ବାସ୍ଥ୍ୟ ଶିବିର ଉଦ୍ଘାଟିତ

jualoramଆଜି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଳକର ଗୁରୁଣ୍ଡିଆ କଲେଜ୍ ଠାରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହଯୋଗରେ ଦୁଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଉଲକେଲାର ସଂକଳ୍ପ ଓ ବଣାଇର ବିକାଶ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି ନିଶୁଳ୍କ ସ୍ôାସ୍ଥ୍ୟ ଶିବିରରେ ଗୁରୁଣ୍ଡିଆ ବ୍ଳକ ସମେତ ଆଖପାଖରୁ ପ୍ରାୟ ୨ ହଜାରରୁ ଉଦ୍ଧ୍ୱର୍ ଲୋକ ସେମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଇବା ସହ ମାଗଣା ଔଷଧର ସୁବିଧା ପାଇଥିଲେ । ଏହି ସ୍ବାସ୍ଥ୍ୟ ଶିବିରରେ ଶିଶୁରୋଗ, ସ୍ତ୍ରୀରୋଗ, କର୍ଣ୍ଣ-ନାସା-ଗଳା, ଚକ୍ଷୁ ଓ ସାଧାରଣ ରୋଗ ବିଶେଷଜ୍ଞ ସମେତ ୨୦ରୁ ଉଦ୍ଧ୍ୱର୍ ସ୍ବାସ୍ଥ୍ୟସେବିକା ଯୋଗଦେଇ ସାଧାରଣ ଲୋକଙ୍କର ବିଭିନ୍ନ ରୋଗ ନିରୂପଣ କରିବା ସହ ସେମାନଙ୍କର ଆଶୁ ଚିକିତ୍ସା କରିଥିଲେ ଓ ମାଗଣା ଓøଷଧ ବିତରଣ କରିଥିଲେ । ଏହି ଉଦ୍ଘାଟନି ଉତ୍ସବରେ ବଣାଇ ଜିଲ୍ଲା ବିଜେପି ସଭାପତି ଶ୍ରୀ ମନୋଜ ପ୍ରଧାନ ସଭାପତିତ୍ୱ କରିଥିବା ବେଳ ଗୁରୁଣ୍ଡିଆ ବ୍ଳକ ବିଜେପି ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଣାଇ ବିଧାନସଭା ବିଜେପି ପ୍ରାର୍ଥୀ ଲୁଥାର ଓରାମ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ମହିଳାମୋର୍ଚ୍ଚା ସଭାନେତ୍ରୀ ନମିତା ମହନ୍ତ,ଜିଲ୍ଲା ଉପସଭାପତି ଶ୍ରୀ ଗିରିଶ ଚନ୍ଦ୍ର ପଣ୍ଡା, ଗୁରୁଣ୍ଡିଆ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଡ଼େଙ୍ଗୁରା ଓରାମଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ, ବଣାଇ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତିନିଧି ଶ୍ରୀ ପାଢ଼ୀ ଆଦି ଯୋଗ ଦେଇଥିଲେ । ଏହି ନିଶୁଳ୍କ ସ୍ବାସ୍ଥ୍ୟଶିବିରକୁ ଶ୍ରୀ ସୁଂଧାଶୁ ରାଉତ ସଂଯୋଜନା କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଏକ ସାଧାରଣ ଅଭିଯୋଗ ଶୁଣାଣୀ ଗୁରୁଣ୍ଡିଆ ବ୍ଳକ ଠାରେ କରିଥିଲେ । ଏଥିରେ ଗରୁଣ୍ଡିଆ ସମେତ ବଣାଇ ଉପଖଣ୍ଡର ବହୁ ସାଧାରଣ ଲୋକ ସେମାନଙ୍କର ଆପି ଓ ଅଭିଯୋଗ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ଅବଗତ କରାଇଥିଲେ ।
ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଗୁରୁଣ୍ଡିଆ ବ୍ଳକ ଅନ୍ତର୍ଗତ ଜଡ଼ାଲଇ ଠାରେ ନେହେରୁ ଯୁବକ ସଂଘ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେ ଫାଇନାଲ ମ୍ୟାଚରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ୧୫ ବର୍ଷ ଧରି ଚାଲି ଆସୁଥିବା ଏହି ଫୁଟବଲ ମ୍ୟାଚ୍ରେ ଚଳିତ ବର୍ଷ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୬ ଟି ଦଳ ଏହି ଟୁର୍ଣ୍ଣାମେରେ ଭାଗ ନେଇଥିଲେ ।

Share in top social networks!