ମାର୍ଚ୍ଚ ୨୦୧୫ ସୁଦ୍ଧା ଗୋପାଳପୁରରେ କାର୍ଯ୍ୟକ୍ଷମ ହେବ ଟାଟା ଷ୍ଟିଲ ଫେରୋକ୍ରମ୍ ପ୍ଳାଣ୍ଟ

tatasteelଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଟାଟା ଷ୍ଟିଲ ବାର୍ଷିକ ୫୫,୦୦୦ ଟନ୍ କ୍ଷମତା ବିଶିଷ୍ଟ ଏକ ଫେରୋକ୍ରମ୍ ପ୍ଲା ନିର୍ମାଣ କରୁଛି । ମାର୍ଚ୍ଚ ୨୦୧୫ ସୁଦ୍ଧା ଏହାର ପ୍ରଥମ ୟୁନିଟ୍ କାର୍ଯ୍ୟକ୍ଷମ ହେବ ।

କମ୍ପାନୀ ଏହି ସ୍ଥାନରେ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ସମ୍ପୃକ୍ତ ବିଭାଗୀୟ କର୍ୁପକ୍ଷଙ୍କଠାରୁ ବିଧିବଧ ଅନୁମତି ପାଇସାରିଛି । ୨୯୭୦ ଏକର ପରିମିତ ଅଳରେ ପରିବ୍ୟାପ୍ତ ଏହି ଶିଳ୍ପ ପାର୍କରେ ୨୫୭୦ ଏକର ଅଳରେ ଏକ ବହୁବିଧ ଉପôାଦକ୍ଷମ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ମଲ୍ଟି ପ୍ରଡକ୍ଟ ଏସ୍ଇଜେଡ୍) ଏବଂ ୪୦୦ ଏକର ଅଳରେ ଟାଟା ଷ୍ଟିଲର ପ୍ରମୁଖ ପ୍ରକଳ୍ପ ରହିବ ।

ଗୋପାଳପୁର ଶିଳ୍ପ ପାର୍କରେ ପ୍ରମୁଖ ନିବେଶକ ଭାବରେ ଟାଟା ଷ୍ଟିଲର ପ୍ରସ୍ତାବିତ ୮୦୦ କୋଟି ଟଙ୍କା ପୁଞ୍ଜି ନିବେଶ ମଧ୍ୟରେ ରହିଛି ନିର୍ମାଣାଧିନ ଏହି ଫେରୋକ୍ରୋମ୍ ପ୍ଲା ଯେଉଁଥିପାଇଁ ସମସ୍ତ ମଞ୍ଜୁରୀ ମିଳିସାରିଛି । ୨୦୧୫ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁଥିବା ଏହି ପ୍ଲା ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୪୦୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ୍ ପ୍ରେସିଡେ ଅରୁଣ ମିଶ୍ର କହିଛନ୍ତି ଯେ, “କମ୍ପାନୀ ପାଇଁ ଅନେକ ଗୁରୁତ୍ୱ ବହନ କରୁଥିବା ଗୋପାଳପୁର ପ୍ରକଳ୍ପରେ ଆମେ ଏବେ ବାର୍ଷିକ ୫୫,୦୦୦ ଟନ୍ କ୍ଷମତା ବିଶିଷ୍ଟ ଏକ ଫେରୋକ୍ରମ୍ ପ୍ଲା ନିର୍ମାଣ କରୁଛୁ । ଆମେ ଏଠାରେ ଆଉ ଏକ ଫେରୋକ୍ରମ୍ ପ୍ଲା ସ୍ଥାପନ ନିମନ୍ତେ ନିକଟରେ ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରିଛୁ ।

Share in top social networks!