ଓଡିଶାର ସବୁଠୁ ଲୋକପ୍ରିୟ ଫୁଡ ସୋ ‘ପୁଂଟୁନନାଙ୍କ ପେଟଯାତ୍ରା’ ପ୍ରସାରଣର ନିକଟରେ ଏକ ବର୍ଷ ପୂରଣ

PUNTUNANA ହେଇଯାଇଅଛି । ଆଧୁନିକ ଚାଇନିଜ୍, ଇଟାଲିଆନ୍ ଖାଦ୍ୟମାନଙ୍କରେ ହଜିଯାଉଥିବା ଆମର ପାରମ୍ପାରିକ ଖାଦ୍ୟ ସବୁକୁ ଖୋଜି ବାହାର କରିବା ଲାଗି ବର୍ଷେ ତଳେ ଏଇ କାର୍ଯ୍ୟକ୍ରମଟିର ପ୍ରସାରଣ ଘରୋଇ ମନୋରଂଜନ ଚ୍ୟାନେଲ ସାର୍ଥକ ଟିଭିରେ ଆରମ୍ଭ କରାଯାଇଥିଲା ।
‘ପୁଂଟୁନନାଙ୍କ ପେଟଯାତ୍ରା’ ଏହାର ଆଙ୍କର ପୁଂଟୁନନାଙ୍କର ଖାଦ୍ୟ ପାଇଁ ଅନେଷ୍ୱଣର ଯାତ୍ରାକୁ ବୁଝାଏ । କାର୍ଯ୍ୟକ୍ରମରେ ପୁଟୁଂନନା ଜଣେ ରୋଷେୟା ଯିଏ ଆଧୁନିକ ଖାଦ୍ୟ ରାନ୍ଧି ରାନ୍ଧି ବିରକ୍ତ ହେଇଯାଇଛନ୍ତି ଓ ବାହାରିଛନ୍ତି କିଛି ଦେଶୀ ଖାଦ୍ୟ ସଂନ୍ଧାନରେ । ସେହି ଖାଦ୍ୟ ସବୁର ପ୍ରସ୍ତୁତି ନିଜେ ଜାଣି ତାକୁ ଦର୍ଶକଙ୍କୁ ଶିଖେଇବା ହେଉଛି ତାଙ୍କ ଯାତ୍ରାର ଉଦ୍ଦେଶ୍ୟ । ଏହି ଗୋଟିଏ ବର୍ଷ ମଧ୍ୟରେ ପୁଂଟୁ ନନା ରାଜ୍ୟର କୋଣ ଅନୁକୋଣ ଭ୍ରମଣ କରିସାରିଲେଣି । ଏଇ ଦିନମାନଙ୍କରେ ସେ ପ୍ରାୟ ଶହେ ପରିବାରକୁ ଯାଇଛନ୍ତି ଓ ଶହେ ପ୍ରକାର ନୁଆ ଦେଶୀ ଖାଦ୍ୟ ଚାଖିଛନ୍ତି ଓ ଜାଣିଛନ୍ତି । ଏଇ ବର୍ଷକରେ ପୁଂଟୁନନା ପାଇଛନ୍ତି ଅନେକ ସଫଳତା ଓ ଲୋକପ୍ରିୟତା । ବର୍ମାନ ଘରେ ଘରେ ପୁଟୁଂନନାକୁ ଲୋକ ଚିହ୍ନିଛନ୍ତି ଓ ନିଜ ଘରକୁ ଆସିବା ପାଇଁ ବାରମ୍ବାର ନିମନ୍ତ୍ରଣ କରୁଛନ୍ତି ।
ସ୍ଥାନୀୟ ନାମକରା ବିଜ୍ଞାପନ ସଂସ୍ଥା ସଂକେତ ଓ ଲାଇଟ୍ ହାଉସ ପ୍ରଡକ୍ସନର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଛି ‘ପୁଂଟୁନନାଙ୍କ ପେଟଯାତ୍ରା’ । ଅନ୍ୟ ସବୁ ପ୍ରସାରିତ ରୋଷେଇ କାର୍ଯ୍ୟକ୍ରମ ଠୁ ଭିନ୍ନ, ଏଇ କାର୍ଯ୍ୟକ୍ରମରେ ରୋଷେଇ ସହ ରହିଛି ରୋମାଚଂ ଏବଂ ହାସ୍ୟରସ । କେବଳ ରୋଷେଇ ପ୍ରିୟ ବ୍ୟକ୍ତି ବା ସ୍ତ୍ରୀଲୋକ ନୁହନ୍ତି, ସବୁ ବୟସ ସବୁ ବର୍ଗର ଲୋକଙ୍କୁ ଏହା ଆକର୍ଷିତ କରିବାରେ ସମର୍ଥ ହେଇପାରିଛି । ରୋାଂମଚ ଓ ମନୋରଂଜନ ପାଇଁ ଏଇ କାର୍ଯ୍ୟକ୍ରମରେ ଭ୍ରମଣ ସହ କମେଡିକୁ ଯୋଡାଯାଇଛି । ମଜାଳିଆ ପୁଂଟୁନନା ଏଇ କାର୍ଯ୍ୟକ୍ରମରେ ରୋଷେଇ ଶିଖିବା ଓ ଶିଖେଇବା ସହ ଲୋକଙ୍କୁ ହସଉଛନ୍ତି ମଧ୍ୟ । ମଂଚ, ଟେଲିଭିଜନ ଓ ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ଅନ୍ତର୍ଯାମୀ ପଣ୍ଡା ତୁଲାଉଛନ୍ତି ଏଥିରେ ପୁଂଟୁନନାଙ୍କର ଭୂମିକା । ଜେଜେମା’ ଆଈ ଅମଳର ଖାଦ୍ୟର ପୁନଃରୋଦ୍ଧାର କରି ଲୋକଙ୍କ ପାଖରେ ପଂହଚାଇବା ପାଇଁ ‘ପୁଂଟୁନନାଙ୍କ ପେଟଯାତ୍ରା’ ହେଉଛି ଏକ ଅଭିନବ ପ୍ରୟାସ । ପ୍ରତି ରବିବାର ଓ ଶନିବାର ସଂଧ୍ୟା ୬. ୩୦ଟାରେ ସାର୍ଥକ ଟିଭିରେ କାର୍ଯ୍ୟକ୍ରମଟି ପ୍ରସାରିତ ହେଉଅଛିା

Share in top social networks!