ଶୁଭାଶିସ ରାୟ ଓ ସୌମ୍ୟ ସରକାର(ଏକ୍ସଆଇଏମ୍ବି) ‘ଟାଟା କ୍ରୁସିବଲ୍ କର୍ପୋରେଟ୍ କୁଇଜ୍ ୨୦୧୪’ ଭୁବନେଶ୍ୱର ଆଳିକ ରାଉଣ୍ଡ ବିଜେତା

ଭୁବନେଶ୍ୱରtatacruisce: ଟାଟା ସନ୍ସର ଏକ ଜ୍ଞାନଭିିକ ପଦକ୍ଷେପ ଟାଟା କ୍ରୁସିବଲ୍ କର୍ପୋରେଟ୍ କୁଇଜ୍ ଏକାଦଶ ସଂସ୍କରଣର ଭୁବନେଶ୍ୱର ଆଳିକ ରାଉଣ୍ଡ ଆଜି ଚିତାକର୍ଷକ ଲଢେଇ ସହ ଅନୁଷ୍ଠିତ ହୋଇଛି । ସହରର କେତେକ ତୀକ୍ଷ୍ଣ ମସ୍ତିସ୍କଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପରେ ଏକ୍ସଆଇଏମ୍ବିର ଶୁଭାଶିସ ରୟ ଓ ସୌମ୍ୟ ସରକାରଙ୍କୁ ନେଇ ଗଠିତ ଟିମ୍ ବିଜେତା ଘୋଷିତ ହୋଇଛନ୍ତି ଓ କୋଲକାତାରେ ହେବାକୁଥିବା ଜୋନାଲ ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଭୋଡାଫୋନ୍ କମ୍ପାନୀର ଲୋକେଶ କୁମାର ପିଲ୍ଲା ଓ ସିତିକଣ୍ଠ ପରିଜା ରନର୍ସ ଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ପ୍ରସ୍ତୁତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଆର ଏସ୍ ଗୋପାଳନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବିଜେତା ଟିମ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିବାବେଳେ ରନର୍ସଅପ୍ ଟିମ୍କୁ ୫୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେ ଶ୍ରୀ ଅରୁଣ ମିଶ୍ର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ସ୍ତରର ବିଜେତା ଟିମ୍କୁ ଟାଟା ସନସ୍ ତରଫରୁ ୭ ଲକ୍ଷ ଟଙ୍କା ସହିତ ଟାଟା କ୍ରୁସିବୁଲ ଟ୍ରଫି ମଧ୍ୟ ପ୍ରଦାନ କରାଯିବ । ପ୍ରତିଯୋଗୀଙ୍କ ମଧ୍ୟରେ ସମାଜସେବା ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ବର୍ଷ ଭଳି ପୁରସ୍କାର ରାଶିର କିଛି ଅଂଶ ଦାତବ୍ୟ ଅନୁଷ୍ଠାନକୁ ଗତବର୍ଷ ଭଳି ଏଥିର ମଧ୍ୟ ପ୍ରଦାନ କରାଯିବ । ଜାତୀୟ ସ୍ତରର ବିଜେତା ୨,୦୦,୦୦୦ ଟଙ୍କା, ଆଳିକ ସ୍ତରର ବିଜେତା ଓ ରନର୍ସଅପ୍ ଟିମ୍ ୨୫,୦୦୦ ଟଙ୍କା ଓ ୧୫,୦୦୦ ଟଙ୍କା ଟିମ୍ର ପସନ୍ଦ ମୁତାବକ ଏକ ଦାତବ୍ୟ ଅନୂଷ୍ଠାନକୁ ଦାନ କରିବେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଗୋପାଳନ୍ ୧୧ ବର୍ଷ ଧରି ସଫଳତାପୂର୍ବକ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଟାଟା ସନ୍ସକୁ ଧନ୍ୟବାଦ ଜଣାଇଥିଲେ । ଏହାସହିତ ଏହି ପ୍ରତିଯୋଗିତା ଦେଖି ତାଙ୍କୁ ନିଜ କଲେଜ ସମୟ ମନେ ପଡିଯାଇଥିଲା ବୋଲି ସେ ମତ ପ୍ରକାଶ କରିଥିଲେ । ଟାଟା କ୍ରୁସିବଲ୍ କର୍ପୋରେଟ୍ କୁଇଜ୍ ୨୦୧୪ର ଭୁବନେଶ୍ୱର ଆଳିକ ରାଉଣ୍ଡରେ ଅନେକ ପ୍ରମୁଖ କମ୍ପାନୀର କର୍ପୋରେଟ୍ ଟିମ୍ ଅଂଶଗ୍ରହଣ କରିଥିଲେ । ଏକ ଲିଖିତ ରାଉଣ୍ଡ ପରେ କୁଇଜ୍ର ପ୍ରମୁଖ ୬ଟି ଟିମ୍କୁ ଚୟନ କରାଯାଇଥିଲା । ଟପ୍ ୬କୁ ଚୟନ ହୋଇଥିବା ଅନ୍ୟ ୪ଟି ଟିମ୍ ହେଲେ ଟିସିଏସ୍ର ଅଭିକ୍ଷିତ୍ ଦାଶ ଓ ସୁଧାମୟ ସିଂହ, ସମ୍ପଦ ପଟ୍ଟନାୟକ ଓ ସନ୍ତୋଷ ଶୁଭଙ୍କର ମିଶ୍ର, ନାଲ୍କୋର ଦେବାଶିଷ ମହାନ୍ତି ଓ ମାନି ରବି ଏବଂ ପି ଏଣ୍ଡ ଜିର ଅଭିଷେକ କୁମାର ଓ କେ ପୁଶାଗ୍ର ।

ଚଳିତ ବର୍ଷ ଟାଟା କ୍ରୁସିବଲ୍ କର୍ପୋରେଟ୍ କୁଇଜ୍ ପ୍ରଥମ ଥର ପାଇଁ ଅଣ-ଟାଟା ଓ ଟାଟା ଟ୍ରାକ୍ର ୨୫ଟି ସହରରେ ଅନୁଷ୍ଠିତ ହେଉଛି । ଦେଶର ଜଣାଶୁଣା କୁଇଜ୍ ମାଷ୍ଟର ଗିରି ବାଲ୍ସୁବ୍ରମଣ୍ୟମ୍ ଓରଫ୍ ପିକ୍ବ୍ରେନ୍ କୁଇଜ୍ ପରିଚାଳନା କରିଥିଲେ ।

Share in top social networks!