ବଡ଼ୋଦରାଠାରେ ନାଲ୍‍କୋର ନୂତନ ଷ୍ଟକ୍‍ୟାର୍ଡ୍‍ ଉଦ୍‍ଘାଟିତ

nalcostockyard ଭାରତ ସରକାରଙ୍କ ନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ବଡ଼ୋଦରା ଠାରେ ଏକ ନୂତନ ଷ୍ଟକ୍‍ୟାର୍ଡ୍‍ ଉଦ୍‍ଘାଟିତ ହୋଇଛି । ଗତ କାଲି, କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଏହି ଷ୍ଟକ୍‍ୟାର୍ଡ୍‍ର ଉଦ୍‍ଘାଟନ କରିଥିଲେ ।

ଏହି ଅବସରରେ, କମ୍ପାନୀର ନିର୍ଦ୍ଦେଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ) ଶ୍ରୀ ଆର୍‍.ଏନ୍‍. ଲେଙ୍କା, ପଶ୍ଚିମାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତିନିଧିବୃନ୍ଦ ଏବଂ ଏହି ଅଞ୍ଚଳର ଗ୍ରାହକମାନେ ଉପସ୍ଥିତ ଥିଲେ ।

ନାଲ୍‍କୋ ଏହି ଷ୍ଟକ୍‍ୟାର୍ଡ୍‍ରୁ ବାର୍ଷିକ ୮୦୦୦ ଏମ୍‍ଟି ଧାତୁ ବିକ୍ରୟ କରିବାକୁ ଯୋଜନା ରଖିଛି, ଯାହା କି ଗୁଜୁରାଟ ଏବଂ ଆଖପାଖ ଅଞ୍ଚଳର ଗ୍ରାହକମାନେ ଲାଭାନ୍ୱିତ ହୋଇପାରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଡ଼ୋଦରାଠାରେ ସ୍ଥାପିତ ଏହି ଷ୍ଟକ୍‍ୟାର୍ଡ୍‍ଟି ଦେଶରେ ନାଲ୍‍କୋର ଦଶମ ଷ୍ଟକ୍‍ୟାର୍ଡ୍‍ ଅଟେ ।

Share in top social networks!