ଭାରତୀୟ ରେଡ଼କ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖା ପକ୍ଷରୁ ଜିଲ୍ଲା ସ୍ତରରେ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରୀ ସ୍ବେଚ୍ଛାସେବୀ ସୃଷ୍ଟି କରିବା ନିମନ୍ତେ ତାଲିମ ଶିବିର

redcrossଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜିଲ୍ଲା ସ୍ତରରେ ଜିଲ୍ଲା ରେଡ଼କ୍ରସ୍ ଶାଖାକୁ ସୁଦୃଢ କରିବା ଏବଂ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରି ସ୍ବେଚ୍ଛାସେବୀ ସୃଷ୍ଟି କରିବା ନିମନ୍ତେ ଏକ ତିନି ଦିନିଆ ତାଲିମ ଶିବିର ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି । ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଜାତୀୟ ଶାଖା, ନୂଆଦିଲ୍ଲୀଙ୍କ ସହାୟତାରେ ଓଡିଶାରେ ଏହି ପ୍ରକାର କାର୍ଯ୍ୟକ୍ରମକୁ ପ୍ରଥମ ଥର ଭାବେ ଆରମ୍ଭ କରାଯାଇଅଛି । ବିପର୍ଯ୍ୟୟ ସମୟରେ ଏବଂ ସ୍ବାସ୍ଥ୍ୟ ଜନିତ ସମସ୍ୟା ସମୟରେ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପ୍ରଦାନ ବିଷୟରେ ରେଡ଼କ୍ରସ୍ର ସ୍ବେଚ୍ଛାସେବୀ ଓ ଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରି ଦଳ ଗଠନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଳ ଉଦ୍ଦେଶ୍ୟ । ଏତଦ୍ ବ୍ୟତିତ ଏହି ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ସାଧାରଣ ସମୟରେ ଜିଲ୍ଲାର ବିକାଶମୁଖୀ କାର୍ଯ୍ୟକ୍ରମରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବେ । ଉକ୍ତ କାର୍ଯ୍ୟକ୍ରମରେ ଖୋଧା, ପୁରୀ ଓ କଟକ ଜିଲ୍ଲାରୁ ୩୦ ରୁ ଅଧିକ ସ୍ବେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ

ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ା. ଚକ୍ରଧର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହିକାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉସôବରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।, ପୁରୀ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟନୀର୍ବାହୀ ଅଧିକାରୀ ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟିର ଜିଲ୍ଲା ସଚିବ ଶୀ୍ର ପ୍ରଶନ କୁମାର ଦାସଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ଉସôାହିତ କରିଥିଲେ ଏବଂ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ଶୀ୍ର ଗୋବିଂିଦ ଚଂଦ୍ର ମାହୁନ୍ତ ଯୋଗଦେଇଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଉକ୍ତ ତିନି ଦିବସୀୟ ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଚିହ୍ନ, ବିଭିନ୍ନ ପ୍ରକାରର ବିପର୍ଯ୍ୟୟ, ପ୍ରଥମ ଡାକ୍ତରୀ ସହାୟତା, ପ୍ରାଥମିକ ଚିକିସôା, ଆଘାତ ପ୍ରାପ୍ତ ବ୍ୟକ୍ତିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ, ଜରୁରୀ କାଳୀନ ପରିସ୍ଥିତିରେ ଜଳ ଓ ପରିମଳ ବ୍ୟବସ୍ଥା, ଖାଦ୍ୟ ନିରାପା, ନିଖୋଜ ବ୍ୟକ୍ତିକୁ ତାର ପରିବାର ସହିତ ସମ୍ପର୍କ ସ୍ଥାପନ ଏବଂ ଶବ ସଂସ୍କାର ଆଦି ବିଷୟରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକ ଡଃ ସତ୍ୟ ନାରାୟଣ ହୋତା ଏବଂ ଡଃ ରାମ ଚଂଦ୍ର ରଥ ଙ୍କ ଦ୍ୱାରା ଶିକ୍ଷାଦାନ କରାଯିବାର ଯୋଜନା ରହିଛି । ଏହି କାର୍ଯ୍ୟକ୍ରମକୁ ବିପର୍ଯ୍ୟୟ ପରିଚାଳନା ବିଭାଗର ସଂଯୋଜିକା ସୁଶୀ୍ର ସଂଯୁକ୍ତା ବାରିକ୍ ପରିଚାଳନା କରିଥିଲେ ।

Share in top social networks!