ଜୟଦେବ ଭବନର ଆଧୁନିକିକରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବ-ମନ୍ତ୍ରୀ ଶ୍ରୀ ନାୟକ

jaydevbhawan ରାଜଧାନୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ ତଥା ପ୍ରଥମ ପ୍ରେକ୍ଷାଳୟ ଜୟଦେବ ଭବନର ଆଧୁନିକିକରଣ କରାଯିବ । ଏଥି ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ଆଜି ଜୟଦେବ ଭବନ ପରିଦର୍ଶନ କରି ଏହାର ସୁରକ୍ଷା ବ୍ୟବସ୍ଥା , ପ୍ରେକ୍ଷାଳୟର ଆଧୁନିକିକରଣ , ନୂତନ ବିଦ୍ୟୁତ ବ୍ୟବସ୍ଥା ତଥା ଅଗ୍ନି ନରୋଧ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପ୍ରେକ୍ଷାଳୟରେ ପ୍ରତ୍ୟେକ ଦିନ ବିଭିନ୍ନ ସଭା ସମିତି ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଥିବା ଏବଂ ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ଭି.ଭି.ଆଇ.ପି ମାନେ ଅତିଥି ଭାବେ ଯୋଗ ଦେଉଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ଜରୁରୀ । ବିଶେଷ କରି ବିଦ୍ୟୁତ ଦୁର୍ଘଟଣାକୁ ଏଡାଇବା ଦିଗରେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ନିଶ୍ଚିତ ଭାବେ ଅଗ୍ନି ନିରୋଧ ବ୍ୟବସ୍ଥା ରଖିବାକୁ କହିଛନ୍ତି । ଆଗାମୀ ଦିନରେ ଯେପର ବିିଦ୍ୟୁତ ଦୁର୍ଘଟଣା ନଘଟିବ , ଅନବରତ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କାର୍ଯ୍ୟକରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ତୁରନ୍ତ ଜେନେରେଟର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆବଶ୍ୟକତା ଦୃଷ୍ଟିରୁ ଗ୍ରୀନ୍ ରୁମ୍ ନବିକରଣ , ଭି.ଭି.ଆଇ.ପି ବିଶ୍ରାମ କକ୍ଷ କରାଯିବା ଆବଶ୍ୟକ । ଏହି ସବୁକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କକ୍ଷ ନିର୍ମାଣ କରାଯିବା ପାଇଁ ପରାମର୍ଶ ଦେଇଥିଲେ । ଏଠାରେ ଥିବା ପାଠାଗାରର କମ୍ପ୍ୟୁଟିକରଣ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପରିଦର୍ଶ ଏବଂ ସମୀକ୍ଷା ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ମଧୂସୁଦନ ପାଢୀ , ପୂର୍ ସଚିବ ନଳିନୀକାନ୍ତ ପ୍ରଧାନ , ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର , ପୂର୍ ବିଭାଗ ମୁଖ୍ୟଯନ୍ତ୍ରୀ , ଜି.ଇ.ଡି , ସେସୁ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!