ଡେଙ୍ଗୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ – ସ୍ବାସ୍ଥ୍ୟ ମନ୍ତ୍ରୀ

atanu ସଂପ୍ରତି ଦେଖା ଦେଇଥିବା ଡେଙ୍ଗୁ ପରିସ୍ଥିତି ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୦୦୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲାର ଜଣେ ଏବଂ ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୪୧୪୦ ଜଣଙ୍କର ରକ୍ତ ପରୀକ୍ଷାରୁ ଏକ ହଜାର ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଳରେ ୧୧୫ ଜଣ ଚିକିତ୍ସାଧୀନ ଅଛନ୍ତି । ସେଥିରୁ ଆଇ.ସି.ୟୁରେ ୮ ଜଣ ଭର୍ି ହୋଇଛନ୍ତି । ଏକ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୪୨୪ ଜଣ । ସେମାନେ ସମସ୍ତେ ପ୍ରାୟତଃ କଳିଙ୍ଗନଗର ଶିଳ୍ପାଳର । ଉକ୍ତ ଅଳରେ ରୋଗ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ବାସ୍ଥ୍ୟ ବିଭାଗରୁ ସ୍ବତନ୍ତ୍ର ଦଳ ଯାଜପୁର ଜିଲ୍ଲା ପ୍ରଶାସନ ସହ କଳିଙ୍ଗନଗର ଶିଳ୍ପାଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଅନୁଗୋଳ , ଢେଙ୍କାନାଳ , ସୁନ୍ଦରଗଡ ଜିଲ୍ଲାର ଶିଳ୍ପାଳ ଏବଂ କଟକ ସହରରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଓ ରକ୍ତ ନମୂନା ପରୀକ୍ଷା ନିମନ୍ତେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ଇତି ମଧ୍ୟରେ ଅଧିକ ଶଯ୍ୟା ଏବଂ ରକ୍ତ ନମୂନା ପରୀକ୍ଷା ବ୍ୟବସ୍ଥା କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ତ୍ୱରାନ୍ନିତ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନାୟକ ଏସ୍.ସି.ବି କର୍ୃପକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ପାଇଁ ଆବଶ୍ୟକ ଡାକ୍ତର , ନର୍ସ ଏବଂ ପାରାମେଡିକ୍ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ଡେଙ୍ଗୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଯେପରି କୌଣସି ତୃଟି ନରହେ ସେଥି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଡେଙ୍ଗୁ ଜନିତ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି , ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସ୍ପଷ୍ଟ କରି ତିନିଗୋଟି ଯାକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ଜିଲ୍ଲ୍ା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ପ୍ରକାଶ ଥାଉକି ଗତ ୨୦୧୩ ବର୍ଷରେ ରାଜ୍ୟରେ ଏହି ସମୟ ମଧ୍ୟରେ ୧୦୫୯୫ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ୩୦୪୬ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା , ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ରୂପା ମିଶ୍ର , ସ୍ବତନ୍ତ୍ର ସଚିବ ଡାଃ ନଳିନୀକାନ୍ତ ଦାସ , ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ କୈଳାଶ ଚନ୍ଦ୍ର ଦାସ ,ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ( ଡାଃ) ସି.ବି.କେ ମହାନ୍ତି ,ଅଧୀକ୍ଷକ ପ୍ରଫେସର ପ୍ରତାପ ରଥ ଏବଂ ଯୁଗ୍ମ ନିର୍ଦ୍ଦେଶକ ଡାଃ ମଦନ ମୋହନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!