ଡେଙ୍ଗୁ ଭୟାବହତା ନିୟନ୍ତ୍ରଣ ଦିଗରେ ଟାଟା ଷ୍ଟିଲର ବ୍ୟାପକ ପଦକ୍ଷେପ

tatadengueକଳିଙ୍ଗନଗର ଓ ଏହାର ପାଶ୍ୱର୍ବର୍ୀ ଅଳମାନଙ୍କରେ ଡେଙ୍ଗୁର ଭୟାବହତା ନିୟନ୍ତ୍ରଣ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଜଣେ କୀଟବିଜ୍ଞାନୀଙ୍କ ନେତୃ୍ତ୍ୱରେ ୬୦ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପ୍ରତିଷେଧକ ଦଳ ଓ ଦକ୍ଷତା ସମ୍ପନ୍ନ ଅପରେଟର ତଥା ସେମାନଙ୍କ ଅଧୀକ୍ଷକମାନଙ୍କ ଦ୍ୱାରା ପ୍ରଭାବିତ ଅଳରେ ଯୁଦ୍ଧକାଳୀନ ଭିିରେ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।

ଜାମସେଦପୁରରୁ ଅଣାଯାଇଥିବା ଏକ ଅତିଉଚ୍ଚ କ୍ଷମତା ସମ୍ପନ୍ନ ମଶାଧୂଅାଁ ଯନ୍ତ୍ର ସାହାଯ୍ୟରେ କଳିଙ୍ଗନଗର ଓ ଏହାର ପାରିପାଶ୍ୱର୍ିକ ଅଳରେ ଏହି ଅଭିଯାନ ସାଳିତ ହେଉଛି । ଏପର୍ଯ୍ୟନ୍ତ କାରଖାନା ପରିସର, ଶ୍ରମିକ କଲୋନୀ ଏବଂ ଗୋବରଘାଟି, ତ୍ରୀଜଙ୍ଗା ଓ ସନ୍ସାଇଲୋ ପୁନର୍ବାସ କଲୋନୀ ତଥା ରାମଠେଙ୍ଗା ଅନ୍ତର୍ଗତ ସ୍ବତନ୍ତ୍ର ଥଇଥାନ ବସତି ଗୁଡ଼ିକରେ ଏହା ସମ୍ପନ୍ନ ହୋଇଛି ।

କାରଖାନା ପରିସରରେ ୧୯ଟି ଦଳ ଡେଙ୍ଗୁ ପ୍ରତିଷେଧକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ସମସ୍ତ କର୍ମଚାରୀ ଓ ପରିଚାଳକମାନେ ମଶା ନିରୋଧକ ମଲମ ବ୍ୟବହାର କରୁଛନ୍ତି । କାରଖାନା ସଂଲଗ୍ନ ବିଭିନ୍ନ ଅଳରେ ନିୟମିତ ଭାବେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ମଶା ଧୂଅାଁ ଓ ମଶା ମରା ଔଷଧ ସିନ ଅଭିଯାନକୁ କଳିଙ୍ଗନଗର ସନ୍ନିକଟସ୍ଥ ଗ୍ରାମମାନଙ୍କରେ ତ୍ୱରାନ୍ୱିତ କରାଯାଇଛି । ଏହି ଅଭିଯାନରେ ମଧୂବନ, ମିରିଗିଚେରା, ବାରଗାଡିଆ,ଗାଡ଼ପୁର, ନୂଆ ଗାଁ, ଧଳାପଥର ଓ ରାୟାନାଳରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ସହ ପାଶ୍ୱର୍ବର୍ୀ ଗ୍ରାମମାନଙ୍କୁ ସମ୍ପ୍ରସାରିତ କରାଯାଉଛି ।

ଏଭଳି ଏକ ଭୟାବହ ରୋଗର ପ୍ରତିରୋଧ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । କେବଳ କାରଖାନା ନୁହେଁ ବରଂ ଶ୍ରମିକ କଲୋନୀ ଓ ଗ୍ରାମାଳରେ ମଧ୍ୟ ଏହି ସବୁ ସଚେତନତା କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ଉମ ପ୍ରଭାବ ପାଇଁ ବିଭିନ୍ନ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଉଛି । ଶ୍ରମିକମାନଙ୍କ ମଧ୍ୟରେ ତଥା ଗ୍ରାମମାନଙ୍କରେ ପ୍ରଚାର ପତ୍ର ଓ ପୋଷ୍ଟରମାନ ଲଗାଯାଇ ଗୋଷ୍ଠୀ ସଚେତନତାକୁ ପରିବର୍ଦ୍ଧିତ କରାଯାଇଛି । ଏହାଛଡ଼ା ସୂଚନା, ସାର ଓ ଶିକ୍ଷା ସମ୍ପର୍କିତ ଭ୍ରାମ୍ୟମାଣ ଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ା ପ୍ରସାର କରାଯାଉଛି ।

Share in top social networks!