“ସମର୍ପିତ ସାମ୍ବାଦିକତାର ପ୍ରତୀକ ରବି ପରମଗୁରୁ” ଓଡ଼ିଶା ସାମ୍ବାଦିକ ୟୁନିଅନ୍ ସ୍ମୃତିସଭା

rabiparamguru ନିଷ୍ଠା ଓ ସମର୍ପିତ ମନୋଭାବ ନେଇ ସାମ୍ବାଦିକମାନେ ନିଜର କାର୍ଯ୍ୟ ସମ୍ପାଦନା କରିବା ଆବଶ୍ୟକ । ସ୍ବର୍ଗୀୟ ରବି ନାରାୟଣ ପରମଗୁରୁ ଏହି ଧରଣର ସାମ୍ବାଦିକତାର ନିଚ୍ଛକ ଉଦାହରଣ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନ୍ର ସଭାପତି ତଥା ଦୈନିକ ପ୍ରଗତିବାଦୀର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରବି ପରମଗୁରୁଙ୍କ ବିୟୋଗରେ ଓଡ଼ିଶା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ଓଡ଼ିଶା ସାମ୍ବାଦିକ ୟୁନିଅନ୍ ପକ୍ଷରୁ ଓୟୁଜେ ଭବନରେ ରବିବାର ଆୟୋଜିତ ଏକ ସ୍ମୃତିସଭାରେ ସ୍ବର୍ଗୀୟ ପରମଗୁରୁଙ୍କ ଉଦ୍ଦେଶ୍ୟରେ
ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ପୂର୍ବତନ ସଭାପତି ନିମାଇଁ ଚରଣ
ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଯୋଗ ଦେଇ ଜାତୀୟ ସାମ୍ବାଦିକ ୟୁନିଅନ୍ (ଏନ୍ୟୁଜେ) ମହାସଚିବ ପ୍ରସନ୍ନ ମହାନ୍ତି
କହିଲେ, ସ୍ବର୍ଗତ ପରମଗୁରୁଙ୍କ ଭଳି ଜଣେ ନିଷ୍ଠାପର ସାମ୍ବାଦିକଙ୍କ ଜୀବନଧାରା ଯୁବ ସାମ୍ବାଦିକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍ ।
ପ୍ରତିକୁଳ ପରିସ୍ଥିତିର ସମ୍ନା କରି କିଭଳି ସମ୍ବାଦିକତା କ୍ଷେତ୍ରରେ ଆଗକୁ ଯାଇ ହେବ ତାହା ସ୍ବର୍ଗୀୟ ପରମଗୁରୁଙ୍କ ଠାରୁ ଶିଖିିବା ଆବଶ୍ୟକ
ବୋଲି ଶ୍ରୀ ମହାନ୍ତି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓୟୁଜେ ସାଧାରଣ ସମ୍ପାଦକ କୈଳାସ ନାୟକ, ସମ୍ପାଦକ କିଶାନ ରାଉତ, କୋଷାଧ୍ୟକ୍ଷ ସୁରେଶ ଦାଶ, ହଳଧର
ଧୀର, ପ୍ରମୋଦ ସାମନ୍ତରାୟ, ସନତ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ସଂଗଠନର ବହୁ କର୍ମକର୍ା ଓ
ବରିଷ୍ଠ ସାମ୍ବାଦିକମାନେ ଯୋଗ ଦେଇ ସ୍ବର୍ଗତ ପରମଗୁରୁଙ୍କ ସ୍ମୃତିଚାରଣ କରିଥିଲେ ।

Share in top social networks!