ଦକ୍ଷ ମଶୃୱାଲାଙ୍କ ଓଡ଼ିଶୀ ଅଭିନୟ ଏବଂ ଦୀପକ୍‍ ପଣ୍ଡିତ୍‍ଙ୍କ ବେହେଲା ବାଦନରେ ବିଭୋର ଦ ବିଭୋର ଦର୍ଶକ

gkcm3ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟା ଥିଲା ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଦକ୍ଷା ମଶୃୱାଲା ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଏବଂ ବିଶିଷ୍ଟ ଭାୟଲିନ୍‍ ବାଦକ ଦୀପକ୍‍ ପଣ୍ଡିତ୍‍ଙ୍କ ଦ୍ୱାରା ବେହେଲା ବାଦନ ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମୁମ୍ବାଇରୁ ଆସିଥିବା ଗୁରୁ ଶ୍ରୀମତୀ ଦକ୍ଷା ମଶୃୱାଲା ଓ ତାଙ୍କ ଅନୁଷ୍ଠାନ କୈଶିକିର ଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ପ୍ରଥମ ପ୍ରସ୍ତୁତିରେ ଥିଲା ବାକ୍‍ଦେବୀ ସରସ୍ବତୀଙ୍କ ଆବାହନ ଯାହାର ପରିସମାପ୍ତି ହୋଇଥିଲା ଦୁର୍ଗା, ଲକ୍ଷ୍ମୀ ଓ ସରସ୍ବତୀଙ୍କ ଆବାହନରେ । ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ନିବଦ୍ଧ ଏହି ନୃତ୍ୟର ସଙ୍ଗୀତ ରଚନା ମୋନଜ ଦେଶାଇ କରିଥିଲା ବେଳେ ନୃତ୍ୟ ସଂରଚନା କରି ଥିଲେ ନିଜେ ଗୁରୁ ଦକ୍ଷା ମଶୃୱାଲା । ଦ୍ୱିତୀୟ ପ୍ରସ୍ତୁତିରେ ଥିଲା ଗୀତଗୋବିନ୍ଦ ଆଧାର ୟାହି-ମାଧବ । ରାଗ ଭୌରବୀ ଓ ତାଳ ଜତି ଉପରେ ନିବଦ୍ଧ ଏହି ନୃତ୍ୟର ସ୍ବର ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁ ଚରଣ ମହାପାତ୍ର । ଯେଉଁ ଅଭିନୟରେ ରାଧା ପାଲଟିଯାଇଥିଲେ ଖଣ୍ଡିତା ନାୟିକା ଏବଂ ଖଣ୍ଡିତା ନାୟିକାର ଖେଦୋକ୍ତିକୁ ଅତି ଚମକ୍ରାର ଭାବରେ ନିଜ ଅଭିନୟର ଚାତୁରିରେ ବଖାଣିଥିଲେ ନିଜେ ଦକ୍ଷା ମଶୃୱାଲା । ଏମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଏକ ନିଆରା ନୃତ୍ୟ ନାଟିକା ଶ୍ୟାଗିବ୍ୟାଗି ।

୧୯୪୮ ମସିହାରେ ରଚିତ ଇଂରାଜୀ ଗଳ୍ପର ଆଧାରରେ ଶିଶୁ ହାତିଟିଏ ତାର ନିଜସ୍ବ ଶାରିରିକ ବିଚିତ୍ରତାର କାରଣ ଖୋଜିବାକୁ ଯାଇ ଜଙ୍ଗଲର ଅନ୍ୟ ପଶୁ ପକ୍ଷୀଙ୍କ ସହ ନିଜର ଏକ ତୁଳନାତ୍ମକ ଚିତ୍ର ସେ ଅଙ୍କନ କରିବସେ ଏବଂ ନିଜପାଇଁ ଅନେକ କାହିଁକିର ଉତ୍ତର ଖୋଜେ । ଏହାର ସଙ୍ଗୀତ ସଂଯୋଜନା ଅଗ୍ନିମିତ୍ର ବେହେରା କରିଥିଲା ବେଳେ ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ।

ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇରୁ ଆସିଥିବା ଦୀପକ୍‍ ପଣ୍ଡିତ୍‍ ବେହେଲଶ ବାଦନ କରିଥିଲେ । ରାଗ ଚାରୁକେଶି ଓ ମଧ୍ୟଲୟ ତିନତାଲ୍‍ରୁ ତାଙ୍କ ପ୍ରସ୍ତୁତି ଆରମ୍ଭ କରି ଅନ୍ତିମ ଧୂନ୍‍ ପର୍ଯ୍ୟନ୍ତ ତାଙ୍କ ବେହେଲାର ମୁର୍ଚ୍ଛନା ମୋହିତ କରି ରଖିଥିଲା ପ୍ରେକ୍ଷାଳୟର ଦର୍ଶକମାନଙ୍କୁ । ତାଙ୍କୁ ତବ୍‍ଲା ରେ ସହଯୋଗ କରିଥିଲେ ପ୍ରଖ୍ୟାତ ତବ୍‍ଲା ବାଦକ ହୀରା ପଣ୍ଡିତ୍‍ ଓ ମୃଦଙ୍ଗମ୍‍ ରେ ସହଯୋଗ କରିଥିଲେ ରାଜେଶ୍‍ ଶ୍ରୀନୀବାସନ୍‍ ।

ଉତ୍ସବର ଅତିଥି ଥିଲେ ପ୍ରଖ୍ୟାତ ବଂଶୀ ବାଦକ ପଣ୍ଡିତ୍‍ ମୋହିନି ମୋହନ ପଟ୍ଟନାୟକ; କଥକ ନୃତ୍ୟାଙ୍ଗନା ଶ୍ରୀମତୀ ଉମା ଡ଼ଗରା ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!