ଭାରତନାଟ୍ୟମ୍‍ ନୃତ୍ୟ ସହିତ ଡ଼୍ରମ୍‍ବାଦନରେ ଦର୍ଶକ ମନ୍ତ୍ରମୁଗ୍ଧ

gkcmଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ବିଶିଷ୍ଟ ଭାରତନାଟ୍ୟମ୍‍ ନୃତ୍ୟ ଶିଳ୍ପୀ ବୈଭବ ଅରେକରଙ୍କ ଦ୍ୱାରା ଭରତନାଟ୍ୟମ୍‍ ନୃତ୍ୟ
ଏବଂ ପ୍ରସିଦ୍ଧ ଡ୍ରମ୍‍ ବାଦକ ଆନନ୍ଦନ୍‍ ଶିବ୍‍ମଣିଙ୍କ ଦ୍ୱାରା ଡ୍ରମ୍‍ ବାଦନ । ଦ୍ୱିତୀୟ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବୈଭବ ଅରେକର୍‍ଙ୍କ ଦ୍ୱାରା ଭାରତନାଟ୍ୟମ୍‍ ପରିବେଷଣ । ସେ ପ୍ରଥମେ ନୃତ୍ୟାଞ୍ଜଳୀ ଅର୍ପଣ କରିଥିଲେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଚରଣରେ ।

ପରେ ପରେ ତାଙ୍କ ପ୍ରସ୍ତୁତି ଆରମ୍ଭ ହୋଇଥିଲା ମୁଥୁସ୍ବାମୀ ଦିକ୍ଷିତ୍‍ଙ୍କ ରଚନାରେ ଆଧାରିତ ଅର୍ଦ୍ଧନାରିସ୍ୱର ଅଭିନୟରୁ ଯାହା ରାଗ କୁମୁଦକ୍ରୀୟା ଓ ତାଳ ରୂପକମ୍‍ରେ ନିବଦ୍ଧ ଥିଲା । ଦ୍ୱିତୀୟ ପ୍ରସ୍ତୁତିରେ ସେ ପରିବେଷଣ କରିଥିଲେ ହାସ୍ୟ ରସ ଉପରେ ଆଧାରିତ ଶିଶୁ କାର୍ତ୍ତିକ ଏବଂ ଗଣେଶଙ୍କ ମଧ୍ୟରେ ଥିବା
ଶାରିରିକ ବିଚିତ୍ରତାକୁ ନେଇ ପରିହାସ ଏବଂ ଏହି ପରିବେଷଣର ଦ୍ୱିତୀୟ ପର୍ଯ୍ୟାୟରେ ରହିଥିଲା ଶିବଙ୍କ ଦର୍ଶନ ପାଇଁ ବିଷ୍ଣୁଙ୍କ ଆଗମନରେ ଶିବଙ୍କ ଅଣ୍ଟାରେ ବ୍ୟାଘ୍ର ଚର୍ମକୁ ଧରି ରଖିଥିବା ସର୍ପ ଗରୁଡ଼ଙ୍କ ଉପସ୍ଥିତିରେ ଭୟଭିତ ହୋଇ ଶିବଙ୍କୁ ପରିତ୍ୟାଗ କରେ ଏବଂ ପରକ୍ଷରେ ଶିବ ବସ୍ତ୍ରହୀନ ହୋଇଯାଆନ୍ତି
ଏବଂ ଏହି ପରିବେଶ ବିଷ୍ଣୁଙ୍କ ମନରେ ହାସ୍ୟ ସୃଷ୍ଟିକରେ । ଏହି ଅଭିନୟଟିକୁ ଏତେ ଚମକ୍ରାର ସହ ବୈଭବ ପରିବେଷଣ କଲେ ଯାହା ସମଗ୍ର ଦର୍ଶକଙ୍କୁ ବହୁ ସମୟ ଧରି ତାଳିମାରିବା ପାଇଁ ବାଧ୍ୟ କରିଥିଲା । ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଗ୍ରୀଷ୍ମ, ବର୍ଷା, ଶିତ ଓ ବସନ୍ତ ରୂତୁକୁ ନେଇ ଏକ ଶୁଦ୍ଧ
ନୃତ୍ୟର ପ୍ରସ୍ତୁତି । ଯାହା ଦର୍ଶକମାନଙ୍କୁ ଅଭିଭୁତ କରିଥିଲା ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମଥିଲା ବହୁ ଲୋକପ୍ରିୟତାର ଶିର୍ଷରେ ପହଞ୍ଚିଥିବା ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଆନନ୍ଦନ୍‍ ଶିବ୍‍ମଣିଙ୍କ ଡ୍ରମ୍‍ ବାଦନ । ତାଙ୍କର ବିଭିନ୍ନ ଡ୍ରମ୍‍ ସହିତ ଦୈନ୍ୟଦିନ ବ୍ୟବହାର କରାଯାଉଥିବା ବହୁ ବାସନ ଏବଂ ସାମଗ୍ରୀରେ ସେ ଯେଉଁ ଯାଦୁକାରୀ ଶବ୍ଦ ସୃଷ୍ଟି କରିଥିଲେ ତାହା ଅବର୍ଣ୍ଣନୀୟ ।
ବିଶେଷ କରି ଡ୍ରମ୍‍ ବାଦନ ସମୟରେ ପାଣିର ଯେଉଁ ସୁକ୍ଷ୍ମ ପ୍ରଯୋଗ ଯାହା ତାଙ୍କର ସୃଜନଶିଳତାର ପରିଚୟ ବହନ କରୁଥିଲା ଏବଂ ଦର୍ଶକମାନେ କାର୍ଯ୍ୟକ୍ରମର ଅନ୍ତିମ ଲଗ୍ନ ପର୍ଯ୍ୟନ୍ତ ଆହୁରି ଶୁଣିବାପାଇଁ ଇଚ୍ଛା ପ୍ରକାଶ କରୁଥିଲେ ।

ଉତ୍ସବର ଅତିଥିମାନେ ଥିଲେ ପୂର୍ବତନ ରାଷ୍ଟ୍ରଦୁତ ଡ଼. ଲଳିତ୍‍ ମାନସିଂହ; ବିଶିଷ୍ଟ ଓଡ଼ିଶି ନୃତ୍ୟାଙ୍ଗନା ଦକ୍ଷା ମଶୃୱାଲା ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!