ସରସ୍ବତୀ ଶିଶୁ ମନ୍ଦିରର ସଙ୍କୁଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ; ଭାଗନେଲେ ୮୬ ଜଣ ଶିଶୁ ବୈଜ୍ଞାନିକ

ssvmଶିକ୍ଷାବିକାଶ ସମିତି,ଓଡିଶା ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ଲିଙ୍ଗରାଜ ସଙ୍କୁଳ ତରଫରୁ ଆଜି ୟୁନିଟ-୩,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନୂଆ ଭବନ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ବିଜ୍ଞାନ ମେଳାରେ ଶିଶୁ ବୈଜ୍ଞାନିକମାନଙ୍କ ଦ୍ୱାରା ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ଏଥିରେ ୧୦ଟି ବିଦ୍ୟାଳୟ ଭାଗ ନେଇଥିଲେ ବୋଲି ସଂକୁଳ ସଂଯୋଜିକା ଗାୟତ୍ରୀ ଦେବୀ ପ୍ରକାଶ କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ ଏହି ବିଜ୍ଞାନ ମେଳାକୁ ଦୂରଶିକ୍ଷା କାର୍ଯକ୍ରମ (ଓୟୁଏଟି)ର ଯୁଗ୍ନ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ ଘାଟନ କରିଥିବା
ବେଳେ ମୁଖ୍ୟବକ୍ତା ଭାବେ ଲିଙ୍ଗରରାଜ ସଂକୁଳର ସଂକୁଳ ପ୍ରମୁଖ ଯଶୋବନ୍ତ ଦାସ ଯୋଗ ଦେଇଥିଲେ ।

ଅପରାହ୍ନରେ ଅନୁଷ୍ଠିତ ସମାରୋପ ଉତ୍ସବରେ ଦୂରଶିକ୍ଷା କାର୍ଯ୍ୟକ୍ରମର ପୂର୍ବତନ ନିର୍ଦ୍ଦେଶକ ଡା. ଲକ୍ଷ୍ମୀ ନାରାୟଣ କର ମୁଖ୍ୟ ଅତିଥିରୂପେ ଯୋଗଦେଇ ଶିଶୁ ବୈଜ୍ଞାନିକ ମାନଙ୍କୁ ବିଜ୍ଞାନର ଉପାଦେୟତା ଓ କାର୍ଯ୍ୟାବଳି ବିଷୟରେ ଅବଗତ କରାଇଥିଲେ । ତିନୋଟି ବିଭାଗ ରେ ଅନୁଷ୍ଠିତ ହୋଇଥିବା ଶିଶୁ,ବାଲ ଓ କିଶୋର ବର୍ଗର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ଏହି ମେଳାରେ ସସ୍ମିତା ରାଣୀ ରାଉତ,ସନ୍ତୋଷ କୁମାର ଦାସ,ଦୁଃଶାସନ ସାହୁ,ନିରଞ୍ଜନ ସାହୁ,ପ୍ରଶନ୍ନ ପ୍ରଧାନ,ପ୍ରଭାତ ସାମନ୍ତରାୟ, ପ୍ରହଲ୍ଲାଦ ବେହେରା, ଦିଲ୍ଲୀପ କର, ସ୍ମୃତିରେଖା ବେଉରିଆ, ମମତା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!