ସାଂସଦ ହେମେନ୍ଦ୍ର ସିଂଙ୍କ ପରଲୋକରେ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଶୋକ

କନ୍ଧମାଳ ଲୋକସଭା ସାଂସଦ ହେମେନ୍ଦ୍ର ସିଂଙ୍କ ବିୟୋଗରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ତାଙ୍କର ଦୁଃଖଦ ମୃତ୍ୟୁରେ ରାଜ୍ୟ ଜଣେ ମାନବବାଦୀନେତାଙ୍କୁ ହରାଇଲା ଏବଂ ତାଙ୍କୁ ଜଣେ ପ୍ରଗତିଶୀଳ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କର ପରଲୋକ ଓଡିଶା ଜନଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ତାଙ୍କର ପରଲୋକ ମୋର ଏକ ବ୍ୟକ୍ତିଗତ ଦୁଃଖ । ଏହା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ତାଙ୍କ ବାର୍ତ୍ତାରେ ଜଣାଇଥିଲେ । ଏହି ଦାରୁଣ ଦୁଃଖଦ କାଳରେ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ତାଙ୍କ ଆତ୍ମୀୟସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share in top social networks!