ସାଂସଦ ହେମେନ୍ଦ୍ର ସିଂଙ୍କ ପରଲୋକରେ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଶୋକ

କନ୍ଧମାଳ ଲୋକସଭା ସାଂସଦ ହେମେନ୍ଦ୍ର ସିଂଙ୍କ ବିୟୋଗରେ ଶକ୍ତି,ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ତାଙ୍କର ଦୁଃଖଡ ମୃତ୍ୟୁରେ ରାଜ୍ୟ ଜଣେ ମାନବବାଦୀନେତାଙ୍କୁ ହରାଇଲା । ଏହା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ତାଙ୍କ ବାର୍ତ୍ତାରେ ଜଣାଇଥିଲେ । ସାଧାରଣ ଜନତାଙ୍କ ବନ୍ଧୁଭାବେ ସେ ସମସ୍ତଙ୍କ ସୁଦୁଃଖରେ ସର୍ବଦା ସାମିଲ ହେଉଥିଲେ । ଜଣେ ସମର୍ପିତ ଯୁବନେତା ଭାବେ ଜନସାଧାରଣ ତାଙ୍କୁ ସବୁଦିନ ପାଇଁ ମନେ ରଖିବେ । ଏହି ଦାରୁଣ ଦୁଃଖଦ କାଳରେ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ତାଙ୍କ ଆତ୍ମୀୟସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ତଥା ନୟାଗଡ ଓ କନ୍ଧମାଳର ଲୋକମାନଙ୍କୁ ସମବେଦନା ଜଣାଇଛନ୍ତି ।

Share in top social networks!