ସାଂସଦ ହେମେନ୍ଦ୍ର ସିଂଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ଶୋକ

କନ୍ଧମାଳ ଲୋକସଭା ସାଂସଦ ହେମେନ୍ଦ୍ର ସିଂଙ୍କ ବିୟୋଗରେ ଖାଦ୍ୟ,ଯୋଗାଣ ଓ ଖାଉଟି କଲ୍ୟାଣ,ନିୟୋଜନ,ବୈଷୟିକ,ତାଲିମ ମନ୍ତ୍ରୀ ଶ୍ରୀ ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ତାଙ୍କର ଦୁଃଖଡ ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ,ନିଷ୍ଠାପର ତଥା ମାନବବାଦୀନେତାଙ୍କୁ ହରାଇଲା । ସାଧାରଣ ଜନତାଙ୍କ ବନ୍ଧୁଭାବେ ସେ ସମସ୍ତଙ୍କ ସୁଦୁଃଖରେ ସର୍ବଦା ସାମିଲ ହେଉଥିଲେ । ଜଣେ ସମର୍ପିତ ଯୁବନେତା ଭାବେ ଜନସାଧାରଣ ତାଙ୍କୁ ସବୁଦିନ ପାଇଁ ମନେ ରଖିବେ । ଏହି ଦାରୁଣ ଦୁଃଖଦ କାଳରେ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ତାଙ୍କ ଆତ୍ମୀୟସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share in top social networks!