କନ୍ଧମାଳ ଲୋକସଭା ସାଂସଦ ହେମେନ୍ଦ୍ର ସିଂଙ୍କ ବିୟୋଗରେ ଇସ୍ପାତ,ଖଣି,ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀଙ୍କ ଶୋକ

କନ୍ଧମାଳ ଲୋକସଭା ସାଂସଦ ହେମେନ୍ଦ୍ର ସିଂଙ୍କ ବିୟୋଗରେ ରାଜ୍ୟ ଇସ୍ପାତ,ଖଣି,ଶ୍ରମ ଏବଂ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ତାଙ୍କର ଦୁଃଖଡ ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ,ନିଷ୍ଠାପର ତଥା ମାନବବାଦୀନେତାଙ୍କୁ ହରାଇଲା । ସାଧାରଣ ଜନତାଙ୍କ ବନ୍ଧୁଭାବେ ସେ ସମସ୍ତଙ୍କ ସୁଦୁଃଖରେ ସର୍ବଦା ସାମିଲ ହେଉଥିଲେ । ଜଣେ ସମର୍ପିତ ଯୁବନେତା ଭାବେ ଜନସାଧାରଣ ତାଙ୍କୁ ସବୁଦିନ ପାଇଁ ମନେ ରଖିବେ । ଏହି ଦାରୁଣ ଦୁଃଖଦ କାଳରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କ ଆତ୍ମୀୟସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share in top social networks!