ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓ ରମାଦେବୀ ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ପାଇଁ ସଂସ୍କୃତି ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଜଣାଇଲେ

untitled
ଆସନ୍ତା ନଭେମ୍ବର ମାସ ଶେଷ ସପ୍ତାହରେ ଉଭୟ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓ ରମାଦେବୀ ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଏହି ଦୁଇ ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଆସନ ଅଳଙ୍କୃତ କରିବା ପାଇଁ ସଂସ୍କୃତିମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସଚିବ ଡଃ ଅରବିନ୍ଦ ପାଢି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଭେଟି ନିବେଦନ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଗସ୍ତ କାଳରେ ଭୁବନେଶ୍ଵର ଠାରୁ ୧୫କିମି ଦୂର ମଦନ ପୁର ଠାରେ ଦେଶର ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭାବରେ ମାନ୍ୟତା ପାଇଥିବା ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ନବନିର୍ମିତ ଭବନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!