ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁଦିବସ ଓ ‘ରାଜ୍ୟ ସମ୍ମାନ’ପ୍ରଦାନ ସମାରୋହ

Odishan-MAP-14ଓଡ
୫ତାରିଖ ଗୁରୁଦିବସ ପାଳନ ଅବସରରେ ଦିବା ଘ.୧୧.୪୫ ମି ସମୟରେ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ରାଜ୍ୟସ୍ତରୀୟ କୃତି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ୨୦୧୧ ଓ ୨୦୧୨ ପାଇଁ ‘ରାଜ୍ୟ ସମ୍ମାନ’ ପ୍ରଦାନ କରାଯିବ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ଓ ମାନପତ୍ର ପ୍ରଦାନ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଉକ୍ତ ସମାରୋହରେ ପୌରହିତ୍ୟ କରିବେ । ଆଗ୍ରହୀ ଜନସାଧାରଣ ଉକ୍ତ ଉତ୍ସବରେ ଯୋଗଦାନ କରିବାକୁ ଅନୁରୋଧ ।

Share in top social networks!