ରାଜ୍ୟ ଯୋଜନାରେ ୧୦ଟି ଆଦର୍ଶ ଆବାସିକ ବିଦ୍ୟାଳୟ

MAP-10
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏସଟି,ଏସସି ଉନ୍ନୟନ ବିଭାଗ ତରଫରୁ ରାଜ୍ୟ ଯୋଜନା ପରିସର ମଧ୍ୟରେ ଇ.ଏମ୍.ଅର.ଏସ୍ ଢାଞ୍ଚାରେ ୧୦ଟି ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏସଟି ଓ ଏସସି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ବିଭାଗ ପକ୍ଷରୁ ସି.ବି.ଏସ୍.ଆଇ ଢାଞ୍ଚାରେ ଏହି ଆଦର୍ଶ ଆବାସିକା ବିଦ୍ୟାଳୟ ସ୍ଥାପନ କରାଯିବ । ଏହି ବିଦ୍ୟାଳୟ ଗୁଡିକ ମୁଖ୍ୟତଃ ଆଦିବାସୀ ଉପଯୋଜନା ଅଞ୍ଚଳରେ ପ୍ରତିଷ୍ଠା କରାଯିବ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୭ଟି ଜିଲ୍ଲା ଯଥା କେନ୍ଦୁଝର,କୋରାପୁଟ,ରାୟଗଡା,ନବରଙ୍ଗପୁର,କନ୍ଧମାଳ,ଜି.ଉଦୟଗିରି,କନ୍ଧମାଳର ଖଜୁରିପଡା/ଫୁଲବାଣୀ,ଗଜପତି ଓ ମାଲକାନାଗିରିରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ପାଇଁ ପ୍ରସ୍ତାବ ରହିଛି । ଆଦର୍ଶ ବିଦ୍ୟାଳୟ ଗୁଡିକ ଆବାସିକ ହେବ ଏବଂ ସେଥିରେ ୪୮୦ଜଣ ଛାତ୍ରଛାତ୍ରୀ ରହିବେ । ଏହି ଆଦର୍ଶ ଆବାସିକ ୧୦ଏକର ଜମି ଚିହ୍ନଟ କରିବା ପାଇଁ ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ପତ୍ର ଯୋଗେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଜଣାଇଛନ୍ତି ।

Share in top social networks!