ଜମି ଦଲାଲ ଚିହ୍ନଟ ଥାନାରେ କେସ୍ ଦାୟାର

MAP-2ନିଜକୁ ବାନାମ୍ବର ମହାରଣା,ଜମି ମାଲିକ ବୋଲି ପରିଚୟ ଦେଇ ଖୋର୍ଦ୍ଧା ଜିଲ୍ଲାର ଲୋକଭାଟକୁରୀ ଗ୍ରାମର ଜନୈକ ବ୍ୟକ୍ତି ଜମି ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଜଟଣୀ ସହକାରୀ ଉପନିବନ୍ଧକ ସୁଶ୍ରୀ ତ୍ରିଷ୍ଣା ବିଶ୍ଵାଳ ଜମି ଦଲାଲକୁ ଚିହ୍ନଟ କରି ଥାନାରେ ରିପୋର୍ଟ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଚନ୍ଦକା ଥାନା ଅନ୍ତର୍ଗତ ଲୋକଭାଟକୁରୀ ଗ୍ରାମର ଗୋଟିଏ ଜମିକୁ ବିକ୍ରି ପାଇଁ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ ସମୟରେ ସହକାରୀ ଉପନିବନ୍ଧକ ଭୋଟର ପରିଚୟ ପତ୍ରକୁ ଯାଞ୍ଚ କରିଥିଲେ । ତାହା ଅରଜିନାଲ ଭଳି ଦେଖାଯାଉଥିଲେ ମଧ୍ୟ ସାମାନ୍ୟ ସନ୍ଦେହ ହେବାରୁ ତାକୁ ନିର୍ବାଚନ କମିଶନଙ୍କ ତାଲିକା ସହ ମେଳ କଳା ପରେ ତାହା ରମେଶ ମହାରଣା ନାମରେ ଥିବା ଜଣାପଡିଥିଲା । ଯାଞ୍ଚ ଚାଲିଥିବା ବେଳେ ଧରାପଡିବା ଭୟରେ ଉକ୍ତ ଦଲାଲ କୌଶଳକ୍ରମେ ସେଠାରୁ ପଳାଇ ଯିବାରେ ସଫଳ ହୋଇଛି । ତେବେ ସହକାରୀ ଉପନିବନ୍ଧକ ଏହି ବିଷୟରେ ଜଟଣୀ ଥାନା ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିବା ପ୍ରକାଶ । ଉକ୍ତ ଦଲାଲଙ୍କ ସମେତ ଉଭୟ କ୍ରେତା-ବିକ୍ରେତାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ ସହକାରୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଥିବା ଜଣାପଡିଛି ।

Share in top social networks!