ପୁରୀରେ ‘ସର୍ବୋକୃଷ୍ଟ ନିର୍ବାଚନ ପରିଚାଳନା’ସଙ୍କ୍ରାନ୍ତୀୟ ଆଲୋଚନାଚକ୍ର

MAP-14
‘ସର୍ବୋକୃଷ୍ଟ ନିର୍ବାଚନ ପରିଚାଳନା’ସଙ୍କ୍ରାନ୍ତୀୟ ପୂର୍ବାଞ୍ଚଳସ୍ତରୀୟ ଆଲୋଚନାଚକ୍ର ପୁରୀର ମେ-ଫେୟାର ହୋଟେଲଠାରେ ଆସନ୍ତା ସେପ୍ଟେମ୍ବର ୫ତାରିଖ ଦିନ ଅନୁଷ୍ଠିତ ହେବ । ଏଥିରେ ୧୨ଟି ରାଜ୍ୟର ସମସ୍ତ ନିର୍ବାଚନ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମାନେ ଯୋଗଦେଇ ଗତ ନିର୍ବାଚନରେ ବିଭିନ୍ନ ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତା,ଉତ୍ତମ ସୁପରିଚାଳନା ସମ୍ପର୍କରେ ସମୀକ୍ଷା କରିବେ । ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ଆଲୋଚନାଚକ୍ରରେ ଭାରତର ନିର୍ବାଚନ କମିଶନ ଏଚ୍.ଏସ୍.ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ଆଲୋଚନାଚକ୍ରରେ ଆୟୋଜନ ଓ ସୁପରିଚାଳନା ପାଇଁ ରାଜ୍ୟ ଯୁଗ୍ମ ନିର୍ବାଚନ ଅଧିକାରୀ ତଥା ଯୁଗ୍ମ ସଚିବ ଶ୍ରୀ ଜ୍ୟୋତିପ୍ରକାଶ ଦାସ ଓ ଉପଶାସନ ସଚିବ ଶ୍ରୀ ଦୀପକ ରଞ୍ଜନ ଦାସ ପ୍ରମୁଖ ନିଷ୍ଠାପର ଉଦ୍ୟମ କରୁଛନ୍ତି ।

Share in top social networks!