ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନରେ ଓଡିଶାର ଯେକୌଣସି ଯାନ୍ତ୍ରିକ ମହାବିଦ୍ୟଳୟ ଓ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ଭାଗନେଇପାରିବେ

52620ନିୟୋଜନ,ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଏବଂ ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ର ମିଳିତ ଆୟୋଜନରେ ଏକ ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହେବ । ଏଥି ନିମନ୍ତେ ପ୍ରକାଶିତ ବିଜ୍ଞପ୍ତିରେ କେବଳ ବିପିୟୁଟିର ଛାତ୍ରଛାତ୍ରୀମାନେ ଭାଗନେଇ ପାରିବେ ବୋଲି ସୂଚନା ଦିଆଯାଇଥିଲା । ଭାଗନେଇପାରିବାର ଯୋଗ୍ୟତାକୁ ପରିବର୍ତ୍ତନ କରି ଓଡିଶାର ଯେ କୌଣସି ଯାନ୍ତ୍ରିକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ରୁ ବି.ଟେକ,ଏମ୍.ଟେକ୍,ବି.ଫାର୍ମ,ଏମବିଏ,ଏମସିଏ ପାଶ କରିଥିବା ଶିକ୍ଷାର୍ଥୀଙ୍କୁ ଏହି ନିୟୋଜନ ମେଳାରେ ଅଂଶଗ୍ରହଣ କରିବାର ସୁଯୋଗ ଦେବାକୁ ନିୟୋଜନ,ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅନୁସାରେ ସଂଶୋଧିତ ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇବ ବୋଲି ଜଣାପଡିଛି ।

Share in top social networks!