ହେମଲତା ହସ୍ପିଟାଲ୍ ର ସାତ ବର୍ଷ ପୁର୍ତି

ହେମଲତା ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର ପକ୍ଷରୁ ଆଜି ସାତ ବର୍ଷ ପୁର୍ତି ପାଳନ କରାଯାଇଛି | ୨୦୦୫ରେ ଏହି ହସ୍ପିଟାଲ କୁ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏ ପ ଜେ ଅବଦୁଲ୍ କଲାମ ଉଦ୍ଘାଟନ କରିଥିଲେ | ଏଠାରେ ୭୦୦୦ କର୍କଟ ରୋଗୀଙ୍କ ଚିକିସ୍ଚା କରାଯାଇଛି | ହସ୍ପିଟାଲ ର ସିଏମଡି ଡକ୍ଟର ଅରବିନ୍ଦ କୁମାର ରଥ କହିଛନ୍ତି ଯେ ଚିକିସ୍ଚା ବିଜ୍ଞାନର ଉର୍ଣ୍ଣତି ଯୋଗୁ କର୍କଟ ରୋଗ ପ୍ରାରମ୍ଭ ରୁ ଚିକିସ୍ଚା ହୋଇପାରୁଛି|
hemalataa
ଯେଉଁ ମାନଙ୍କ ଚିକିସ୍ଚା ରେ ବିଳମ୍ବ ହୋଇଛି ସେମାନଙ୍କୁ ଏକ ଉତ୍ତମ ଜୀବନ ପ୍ରଦାନ କରିବାକୁ ସେ ଡାକ୍ତର ମାନଙ୍କୁ ଆହ୍ଵାନ ଦେଇଛନ୍ତି | ଅଙ୍କୋଲୋଜି ର ଏକ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଭାବେ ଉଭା ହୋଇପାରିଛି | କର୍କଟ ରୋଗ ଚିକିସ୍ଚା କ୍ଷେତ୍ରରେ ଓଡିଶା ଏବେ ବି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଠାରୁ ପଛରେ ରହିଛି | ସରକାରୀ ସହାୟତା ମିଳିଲେ ଓଡିଶା ମଧ୍ୟ ଉର୍ଦ୍ଧକୁ ଉଠିପାରିବ ବୋଲି ଶ୍ରୀ ରଥ କହିଛନ୍ତି | ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାମୋଦର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

Share in top social networks!