ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଯୋଡିହେଲା ଆଉ ୬ଟି ପର୍ଯ୍ୟଟନସ୍ଥଳୀ

MAP-9ପର୍ଯ୍ୟଟନ ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ ଚୟନ କମିଟି କେନ୍ଦ୍ରପଡା,ସୁନ୍ଦରଗଡ ଓ ବରଗଡ ଜିଲ୍ଲାପାଳଙ୍କ ସୁପାରିଶକୁ ତର୍ଜମା କରି ଏହି ଜିଲ୍ଲାଗୁଡିକର ୬ଟି ପର୍ଯ୍ୟଟନସ୍ଥଳୀକୁ ସ୍ଵିକୃତୀ ଦେଇଛନ୍ତି ଓ ଏହା ସହ ଓଡିଶା ପର୍ଯ୍ୟଟନର ସ୍ଥଳୀର ସଂଖ୍ୟା ୩୪୦ରୁ ୩୪୬କୁ ବୃଦ୍ଧି ପାଇଛି । ୬ଗୋଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଅନ୍ଧବର ସାଧୁ ପୀଠ ଓ ଗୋଠେଶ୍ଵର ଶୈବପୀଠ,ସୁନ୍ଦରଗଡ ଜିଲ୍ଲାର ଗୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଆମକୋ-ସିମକୋ ଏବଂ ବରଗଡ ଜିଲ୍ଲାର ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟାବାସିନୀ ପାହାଡ,ଗିରିଗୋବର୍ଦ୍ଧନ ପୀଠ ଓ ବାସେଇକେଳଗଡ ଏହି ନୂତନ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଓଡିଶା ପର୍ଯ୍ୟଟନ ଚିତ୍ରରେ ସ୍ଥାନ ପାଇବାକୁ ହେଲେ ମୁଖ୍ୟତଃ ସ୍ଥାନଗୁଡ଼ିକର ଲୋକପ୍ରିୟତା,ପ୍ରାକୃତିକ ପରିବେଶ,ଯୋଗାଯୋଗ,ଭିତ୍ତିଭୂମି ବିକାଶ,ଧର୍ମୀୟ ବ ଐତିହାସିକ ଗୁରୁତ୍ଵ,ପ୍ରତିବର୍ଷ ପର୍ଯ୍ୟଟକମାନଙ୍କ ସଂଖ୍ୟା ଇତ୍ୟାଦିକୁ ବିଚାରକୁ ନିଆଯାଇଥାଏ । ବିନ୍ଧ୍ୟ ବାସିନୀ ଏକ ଧାର୍ମିକ,ଐତିହାସିକ ତଥା ପ୍ରାକୃତିକ ଶୋଭାରାଜି ଭରା ପୀଠ ହୋଇଥିବା ବେଳେ ଗିରିଗୋବର୍ଦ୍ଧନ ପୀଠ ଏକ ଛୋଟ ପାହାଡ ଉପରେ ଗୋବର୍ଦ୍ଧନ ପୂଜା ହେବାର ପରମ୍ପରା ରହିଛି । ଏଠାକୁ ଛତିଶିଗଡ ସମେତ ଅନ୍ୟାନ୍ୟ ରାଜ୍ୟରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାର ଜଣାପଡେ ।

Share in top social networks!