INCLUSIVE DISASTER AND EMERGENCY MANAGEMENT FOR PERSONS WITH DISABILITIES: Rehab Professionals Prospective ବିଷୟରେ ଏକ ଦିବସୀୟ କାର୍ଯଶାଳା ଅନୁଷ୍ଠିତ

ispoଆଜି ଅଗଷ୍ଟ ୩୦ ତାରିଖ ହୋଟେଲ ସିଦ୍ଧାର୍ଥରେ International Society of Prosthetics and Orthotics ତରଫରୁ Handicap International ଏବଂ ଚକ୍ରଧର ପୁନର୍ବାସ ପ୍ରତିଷ୍ଠାନ ସଂସ୍ଥାନ ସହଯୋଗ ରେ INCLUSIVE DISASTER AND EMERGENCY MANAGEMENT FOR PERSONS WITH DISABILITIES: Rehab Professionals Prospective ବିଷୟରେ ଏକ ଦିବସୀୟ କାର୍ଯଶାଳା ଅନୁଷ୍ଠିତ ହୋଇଛି। ଏହି କାର୍ଯଶାଳା ରେ ଭାରତର ବିଭିନ୍ନ ସ୍ଥାନରୁ ୭୦ ଜଣ ଯୁବ ପୁନର୍ବାସ ବିଶେଷଜ୍ଞ ଯୋଗ ଦେଇଥିଲେ। ଏହି କାର୍ଯକ୍ରମରେ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଵଳିତ କରି କାର୍ଯଶାଳାକୁ ଉଦଖାଟନ କରିଥିଲେ ଏବଂ ସମସ୍ତ ପ୍ରତିଭାଗୀଙ୍କୁ ଉଦ୍ବୋଧନ କରିଥିଲେ। International Society of Prosthetics and Orthotics(ଆଇଏସପିଓ)-ଇଣ୍ଡିଆ ର ସମ୍ପାଦକ ଶ୍ରୀ ଆରତ ତ୍ରାଣ ପାତ୍ର କାର୍ଯଶାଳା ରେ ଯୋଗ ଦେଇ ଆଇଏସପିଓ-ଇଣ୍ଡିଆ ର ମୁଖ୍ୟ ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। Handicap International ର କଲିକା ମହାପାତ୍ର ଭିନ୍ନକ୍ଷମଙ୍କ ପାଇଁ ଓଡିଶା ରେ ତାଙ୍କର activity ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଡାଃ ଅଭିଷେକ ଚକ୍ରଧର ପୁନର୍ବାସ ପ୍ରତିଷ୍ଠାନ ସଂସ୍ଥାନର ନିର୍ଦେଶକ ଶ୍ରୀ ଦୀପକ ସାହୁ,, Handicap International ର ଶ୍ରୀ ଦେବାଶିଷ ପଣ୍ଡା କାର୍ଯକ୍ରମରେ ପୂର୍ଣ ସହଯୋଗ କରି ସଫଳ କରାଇଥିଲେ ।

Share in top social networks!