ବିଜୁ ପଟ୍ଟନାୟକ କ୍ରୀଡା,ସାହାସିକତା ପୁରସ୍କାର ଓ ରାଜ୍ୟ ଯୁବ ପୁରସ୍କାର ପ୍ରଦାନ

53041ରାଜ୍ୟ ସର୍ବୋଚ୍ଚ କ୍ରୀଡା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡା,ସାହାସିକତା ପୁରସ୍କାର ଓ ରାଜ୍ୟ ଯୁବ ପୁରସ୍କାର ପ୍ରଦାନ ଉତ୍ସବ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ଵରର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ଏହି ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ପୁରସ୍କୃତ କରିଛନ୍ତି । ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ୪ ବର୍ଷର ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ,୨୦୦୯-୧୦ରୁ ୨୦୧୩-୧୪ ପର୍ଯ୍ୟନ୍ତ ୫ ବର୍ଷର ରାଜ୍ୟ ପୁରସ୍କାର ଏବଂ ୨୦୧୩-୧୪ ପାଇଁ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି । ଭାରୋଉତ୍ତୋଳନକାରୀ କେ.ରବି କୁମାର ,ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ,ରୋୟର ପ୍ରତିମା ପୁହାନ,ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ଯୋଶ ଜାକବ ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ଜିମ୍ନାଷ୍ଟିକ କୋଚ ଅଶୋକ ମିଶ୍ର ଙ୍କୁ ବେଷ୍ଟ କୋଚ ,ରଚିତା ପଣ୍ଡା ଓ ଅନୁରାଧା ବିଶ୍ଵାଳଙ୍କୁ ସେମାନଙ୍କ କ୍ରୀଡା ପ୍ରତି ନିଜର ଅବଦାନ ପାଇଁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ମୋଟ ୧୩ଜଣ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ,୩୩ଜଣ ରାଜ୍ୟ ଯୁବ ପୁରସ୍କାର ଓ ଜଣେ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

Share in top social networks!